ETV Bharat / state

କଟକଣାକୁ ଫୁ, କୁନି ପିଲାଙ୍କ ସହ ଢେଙ୍କାନାଳ ପଥରଗଡା ଗ୍ରାମବାସୀଙ୍କ ଧାରଣା

author img

By

Published : Sep 24, 2020, 9:27 PM IST

ଦେଶରେ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ମୁକାବିଲା ପାଇଁ ଜାରି କଡା କଟକଣା ସତ୍ତ୍ବେ ମାନୁନାହାଁନ୍ତି ଅମାନିଆ । ଆଉ ଆନ୍ଦୋଳନ ଓ ଅଧିକାର ଆଳରେ ଢେଙ୍କାନାଳ ଜିଲ୍ଲା ପଥରଗଡା ଗ୍ରାମବାସୀ ତାଙ୍କ ଗାଁ ସ୍କୁଲର କୁନି କୁନି ପିଲାଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

କଟକଣାକୁ ଫୁ, କୁନି ପିଲାଙ୍କ ସହ ଢେଙ୍କାନାଳ ପଥରଗଡା ଗ୍ରାମବାସୀଙ୍କ ଧାରଣା
କଟକଣାକୁ ଫୁ, କୁନି ପିଲାଙ୍କ ସହ ଢେଙ୍କାନାଳ ପଥରଗଡା ଗ୍ରାମବାସୀଙ୍କ ଧାରଣା

ଢେଙ୍କାନାଳ: ଦେଶରେ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାର ମୁକାବିଲା ପାଇଁ ସଭା ସମିତି ଉପରେ ରହିଛି କଡା କଟକଣା । ମାତ୍ର ଏହି କଟକଣାକୁ ଫୁ କରି ଦେଉଛନ୍ତି ଅମାନିଆ । ନିଜ ଅଧିକାର ଦାବିରେ କଟକଣାକୁ ଏଡାଇ ଆଇନକୁ ହାତକୁ ନେବାକୁ ଭୁଲୁନାହାଁନ୍ତି । ଢେଙ୍କାନାଳ ଜିଲ୍ଲାପାଳଙ୍କ ସମ୍ମୁଖର ଏହି ଦୃଶ୍ୟକୁ ଦେଖନ୍ତୁ । ସଂକ୍ରମଣର ଭୟରେ ପିଲାଙ୍କୁ ବାହାରକୁ ବାହାରିବା ମନା । ମାତ୍ର ଏହି କୁନି ପିଲାମାନଙ୍କ ଜୀବନକୁ ଲଗାଇ ଦିଆଯାଉଛି ବାଜି । ସାମାଜିକ ଦୂରତା ଆଉ କଟକଣାକୁ ପୁରାପୁରି ଫୁ କରି ଦେଇଛନ୍ତି ଏହି ଆନ୍ଦୋଳନକାରୀ ।

ଆନ୍ଦୋଳନରେ ବସିଥିବା ଏହି ଆନ୍ଦୋଳନକାରୀ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶଙ୍କରପୁର ପଞ୍ଚାୟତର ପଥରଗଡା ଗ୍ରାମବାସୀ । ତାଙ୍କ ଗ୍ରାମରେ ଥିବା ପଥରଗଡା ପ୍ରାଥମିକ ବିଦ୍ୟାଳୟକୁ କମ ଉପସ୍ଥାନ ଦର୍ଶାଇ ସରକାରଙ୍କ ପକ୍ଷରୁ ବନ୍ଦ କରି ଦେଇଛନ୍ତି । ଏହି ପିଲାଙ୍କୁ 2 କିମି ଦୂର ତେନ୍ତୁଳିପଡା ସ୍କୁଲରେ ମିଶାଇ ଦେଇଥିବାକୁ ବିରୋଧ କରୁଛନ୍ତି ଏହି ଗ୍ରାମବାସୀ । ଗ୍ରାମବାସୀଙ୍କ କହିବାମୁତାବକ ବାଟରେ ଏକ ନାଳ ପଡିବା ସହ ଏହି ଗାଁ ସ୍କୁଲ ପିଲାଙ୍କୁ ପାଠପଢି ଯିବା ସୁରକ୍ଷିତ ନୁହନ୍ତି । ଫଳରେ ଆର୍ପିଆଇ ମାଧ୍ୟମରେ ଏହି ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡିଛି । ଫଳରେ କଟକଣା ଉଲ୍ଲଂଘନ କରୁଥିବାରୁ ପୋଲିସ ମାଧ୍ୟମରେ ପ୍ରଶାସନ ଏହି ଆନ୍ଦୋଳନକୁ ବନ୍ଦ କରି ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି ଉପଜିଲ୍ଲାପାଳ ।

ଗୋଟିଏ ପଟେ ରହିଛି କୋରୋନା ପାଇଁ କଡା କଟକଣା । ସେପଟେ ପ୍ରାଥମିକ ଶିକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ । କିନ୍ତୁ ଏପରି ଅଭାବନୀୟ ଦୃଶ୍ୟ ଉଭୟ ପ୍ରଶାସନ ଓ ଆନ୍ଦୋଳନର ନେତୃତ୍ୱ ନେଇଥିବା ଗାଁ ଲୋକମାନଙ୍କ ଭୂମିକା ଉପରେ ଉଠୁଛି ଅନେକ ପ୍ରଶ୍ନ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.