ETV Bharat / state

ରାଜପଥ ସମ୍ପ୍ରସାରଣରେ ଅବହେଳା ଅଭିଯୋଗ, ରାସ୍ତା ଅବରୋଧ କଲେ ଅସନ୍ତୁଷ୍ଟ ଲୋକେ

author img

By ETV Bharat Odisha Team

Published : Sep 11, 2023, 1:16 PM IST

ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ଠିକାଦାରଙ୍କ ଅବହେଳା ଅଭିଯୋଗ । ଅଢେଇ ଘଣ୍ଟା ଧରି ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

villagers protest over road demand
ଅଢେଇ ଘଣ୍ଟା ଧରି ରାସ୍ତା ଅବରୋଧ
ଅଢେଇ ଘଣ୍ଟା ଧରି ରାସ୍ତା ଅବରୋଧ

ଢେଙ୍କାନାଳ: ରାଜପଥର ସମ୍ପ୍ରସାରଣ କାର୍ଯ୍ୟରେ ଅବହେଳା ପ୍ରତିବାଦରେ ଅଢ଼େଇ ଘଣ୍ଟା ଧରି ରାସ୍ତା ଅବରୋଧ । ଠିକାଦାରଙ୍କ ମନମାନି ଯୋଗୁଁ ଅଧପନ୍ତରିଆ ହୋଇ ରହିଛି ରାସ୍ତାର ଅବସ୍ଥା । ଯାହାକୁ ନେଇ ଆନନ୍ଦ ନଗରଠାରେ ଅଢ଼େଇ ଘଣ୍ଟା ଧରି ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ରାସ୍ତା ଅବରୋଧ ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ଉତ୍ତେଜନା ଦେଖା ଦେଇଛି । ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ଠିକାଦାରଙ୍କ ଅବହେଳା ଯୋଗୁଁ ରାସ୍ତା ଶୋଚନୀୟ ଅବସ୍ଥାରେ ରହିଥିବାବେଳେ ବାରମ୍ବାର ଅଭିଯୋଗ ପରେ ସୁଦ୍ଧା ବିଭାଗୀୟ ଅଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟରେ ଅବହେଳା ହୋଇଥିବା ଅଭିଯୋଗ ହୋଇଛି । କଟକର ମଙ୍ଗୁଳିଠାରୁ ଅନୁଗୁଳ ଯାଏଁ ରାସ୍ତା ସଂପ୍ରସାରଣ କାର୍ଯ୍ୟରେ ଠିକାଦାରଙ୍କ ମନମାନି ଯୋଗୁଁ ରାସ୍ତାକାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଫଳରେ ଗତ ୫ବର୍ଷ ଧରି ଯାତ୍ରୀଙ୍କଠାରୁ ଆରମ୍ଭ କରି ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଯାହାକୁ ନେଇ ବାରମ୍ବାର ବିଭାଗୀୟ ଅଧିକାରୀ ଓ ପ୍ରଶାସନ ପାଖରେ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି ।

ଏହାର ପ୍ରତିବାଦରେ ଢେଙ୍କାନାଳରେ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଢେଙ୍କାନାଳ ସହରର ଆନନ୍ଦ ନଗରଠାରେ ଜାତୀୟ ରାଜପଥକୁ ଆଜି ସକାଳ ସାଢ଼େ ୬ଟାରୁ ଦୀର୍ଘ ଅଢ଼େଇ ଘଣ୍ଟା ଧରି ଅବରୋଧ କରିଥିଲେ ସ୍ଥାନୀୟଲୋକେ । ଏହି ଆନ୍ଦୋଳନ କାରଣରୁ ଯାତ୍ରୀଙ୍କ ସମେତ ଢେଙ୍କାନାଳର କାଠଗଡା, ଆନନ୍ଦନଗର, ଶ୍ୟାମଚରଣପୁର, ବୋରାପଦା, କୁଞ୍ଜକାନ୍ତ ଆଦି ସାହି ବାସିନ୍ଦା ସାମିଲ ହୋଇ ନାରାବାଜି କରିଥିଲେ। ରାସ୍ତା ଅବରୋଧ ଯୋଗୁଁ ରାଜ୍ୟର ଦୁଇ ପ୍ରମୁଖ ବ୍ୟବସାୟିକ ସହର କଟକ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ଠପ ହୋଇଯାଇଥିଲା । ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଗାଡ଼ି ମୋଟର ଠିଆ ହୋଇରହିଥିଲା।

ଏହା ବି ପଢନ୍ତୁ...ଗାଁକୁ ନାହିଁ ରାସ୍ତା, କାଦୁଅ ରାସ୍ତାରେ ତଳି ରୋଇ ପ୍ରତିବାଦ କଲେ ଶକ୍ତିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଲୋକେ

ରାସ୍ତା ଅବରୋଧ କାରଣରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଆନ୍ଦୋଳନକାରୀମାନେ ତୁରନ୍ତ ରାସ୍ତା ମରାମତି କରିବାକୁ ଜିଦରେ ଅଡ଼ି ବସିଥିଲେ । ସମସ୍ୟାର ସମାଧାନ ପାଇଁ ଏନ୍‌ଏଚ୍‌ ଉଚ୍ଚ କତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯିବା ସହ ତୁରନ୍ତ ରାସ୍ତା ମରାମତି ପାଇଁ ପ୍ରତିଶ୍ରୁତି ମିଳିବା ପରେ ସୋମବାର ସକାଳ ୯ଟାରେ ଆନ୍ଦୋଳନରୁ ଓହରିଥିଲେ ସ୍ଥାନୀୟଲୋକେ । ଏହାପରେ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.