ETV Bharat / state

ମିଳୁନି ପାଣି, ଶୁଖିଯାଉଛି ତଣ୍ଟି: ଗରା ବାଲଟି ସହ ଟାୟାର ଜାଳି ରାସ୍ତାରୋକ କଲେ ଗ୍ରାମବାସୀ - ଢ଼େଙ୍କାନାଳ ହରିଜନ ସାହିରେ ପାଣି ସମସ୍ୟା

ଶୁଖିଯାଉଛି ତଣ୍ଟି । ଶୋଷ ମେଣ୍ଟାଇବା ପାଇଁ ଯିବାକୁ ପଡୁଛି ଅନେକ ଦୂର । ମୁନ୍ଦାଏ ପାଣି ପାଇଁ ଆଜି ଗ୍ରାମବାସୀ ରାସ୍ତା ରୋକ କରିବା ସହ, ଗରା ବାଲଟି ଧରି ଟାୟାର ଜାଳି ରାସ୍ତାରେ ବସିଛନ୍ତି ମହିଳା । ଅଧିକ ପଢ଼ନ୍ତୁ

ମିଳୁନି ପାଣି, ଶୁଖିଯାଉଛି ତଣ୍ଟି : ଗରା ବାଲଟି ସହ ଟାୟାର ଜାଳି ରାସ୍ତା ରୋକ କଲେ ଗ୍ରାମବାସୀ

author img

By

Published : Apr 25, 2022, 5:50 PM IST

ଢ଼େଙ୍କାନାଳ : ପାଣି ପାଇଁ ରାସ୍ତାରୋକ । ଗରା ବାଲଟି ସହ ଟାୟାର ଜାଳି ତିନି ଘଣ୍ଟା ଧରି ପୂର୍ତ୍ତବିଭାଗ ରାସ୍ତାରେ ବସିଥିଲେ ମହିଳା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଆମ୍ବପଳାଶ ଗ୍ରାମର ଗଙ୍ଗାଧରପୁର ହରିଜନ ସାହିରେ।

ମିଳୁନି ପାଣି, ଶୁଖିଯାଉଛି ତଣ୍ଟି : ଗରା ବାଲଟି ସହ ଟାୟାର ଜାଳି ରାସ୍ତା ରୋକ କଲେ ଗ୍ରାମବାସୀ

ଅଭିଯୋଗ ମୁତାବକ ଆମ୍ବପଳାଶ ଗ୍ରାମର ଗଙ୍ଗାଧରପୁର ହରିଜନ ସାହିକୁ ବସୁଧା ଯୋଜନାରେ ପାଇପ୍ ସଂଯୋଗ ହୋଇଛି । କିନ୍ତୁ ଦୀର୍ଘଦିନ ଧରି ପାଣି ଆସୁନାହିଁ । ସେପଟେ ଗ୍ରୀଷ୍ମ ପ୍ରବାହ ପାଇଁ ଖୋଲା କୂଅ ଦୁଇଟି ଶୁଖି ଯାଇଥିବାବେଳେ, ଏକ ମାତ୍ର ନଳକୂପ ଅଚଳାବସ୍ଥାରେ ଦୀର୍ଘ ଦିନ ଧରି ପଡିରହିଛି ।

ଏନେଇ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି । ଶେଷରେ ଆଜି ଗ୍ରାମର ମହିଳାମାନେ ରାସ୍ତାରୋକ କରିଥିଲେ । ଦୀର୍ଘ ତିନି ଘଣ୍ଟା ରାସ୍ତାରୋକ କରିବା ପରେ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ଓ ବିଭାଗୀୟ ଅଧିକାରୀ ପହଞ୍ଚି ଦୁଇ ଦିନ ଭିତରେ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା ।

ଢ଼େଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.