ଢେଙ୍କାନାଳ: ସରକାରୀ ଘର ପାଇ ମଧ୍ୟ ଘର କରି ନଥିବା ହିତାଧିକାରୀଙ୍କ ପାଇଁ ଅଭିନବ ପ୍ରତିବାଦ କରିଛନ୍ତି ବିଡିଓ । ଏଭଳି ଏକ ଅଭିନବ ଉପାୟ ଆପଣାଇଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକର ବିଡିଓ ଆଶୀର୍ବାଦ ପରିଡା । ବିଡିଓ ନିଜ ସହକର୍ମୀଙ୍କ ସହ ନିର୍ମାଣ ହେଉ ନଥିବା ଘର ଗୁଡିକ ସମ୍ମୁଖରେ ବସି ପ୍ରତିକ ଧାରଣା ଦେଇଛନ୍ତି ।
ଭୁବନ ବ୍ଲକ ବାଲିବୋ ପଞ୍ଚାୟତର ହିତାଧିକାରୀମାନଙ୍କୁ ୯୯ଟି ଘର ଦିଆଯାଇଥିବା ବେଳେ ୬୯ଟି ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି ଏବଂ ୩୦ ଟି ଘର ଏବେବି ଅସମ୍ପୂର୍ଣ୍ଣ ହୋଇରହିଛି । ତେବେ କେଶରପୁର ଗାଁର ୧୧ ଜଣ ହିତାଧିକାରୀଙ୍କୁ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ସାରିବାକୁ ବୁଝାଇ ଥିଲେ ବିଡିଓ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ