ଢେଙ୍କାନାଳ: ଦିନିକିଆ ଢେଙ୍କାନାଳ ଜିଲ୍ଲା ଗସ୍ତରେ କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan one day visit to Dhenkanal) । ଜାତୀୟ ଦକ୍ଷତା ବିକାଶ ନିଗମ ପକ୍ଷରୁ ଆୟୋଜିତ ରୋଜଗାର ମେଳାରେ ବେକାରୀ ଓ ଦକ୍ଷ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଓ ତାଲିମ ସୀକୃତିପତ୍ର ପ୍ରଦାନ କରିବେ ବୋଲି ଜଣାପଡ଼ିଛି । ଏହି ଅବସରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଏକ ବିଶାଳ ପଟୁଆରରେ ଅଞ୍ଚଳବାସୀ ସ୍ବାଗତ କରି ମନ୍ଦିର ନିକଟକୁ ପାଛୋଟି ନେଇଥିବା ଦେଖିବାକୁ ମିଳିଛି ।
ହିନ୍ଦୋଳ ବ୍ଲକ କାରନ୍ଦା ଗ୍ରାମର ମା' ମହାସିମୁଳା ମନ୍ଦିର ରତ୍ନମୁଦ ଓ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାପରେ ଅପରାହ୍ନରେ କାମାକ୍ଷାନଗର ସ୍ଥିତ ସାରଙ୍ଗ ଧର ଷ୍ଟାଡିୟମରେ କୌଶଳ ମହୋତ୍ସବରେ ଯୋଗ ଦେଇଥିବା ଜଣାପଡିଛି । ପରେ କାରନ୍ଦା ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ । ଏହି ଅବସରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଏକ ବିଶାଳ ପଟୁଆରରେ ଅଞ୍ଚଳବାସୀ ସ୍ୱାଗତ କରି ମନ୍ଦିର ନିକଟକୁ ପାଛୋଟି ନେଇଥିଲେ ।
ଏହା ବି ପଢନ୍ତୁ- ରାସ୍ତା ଉପରେ ଡ୍ରେନ ନିର୍ମାଣକୁ ବସ୍ତି ବାସିନ୍ଦାଙ୍କ ତୀଵ୍ର ବିରୋଧ
ଆଜି ପବିତ୍ର ବଡଓଷା ଓଡ଼ିଆ ପରମ୍ପରାରେ ଆଜି ହେଉଛି ପଵିତ୍ରଦିନ ଓ ଶୁଭଦିନ । ଏହି ଅବସରରେ ମନ୍ତ୍ରୀ ଓଡ଼ିଶାବାସୀଙ୍କ ଶୁଭକାମନା ଜଣାଇଥିଲେ । ପରେ କେନ୍ଦ୍ର ମନ୍ତ୍ରୀ ଅପରାହ୍ନ ଗୋଟାଏ ୪୫ମିନିଟରେ କାମାକ୍ଷାନଗର ସ୍ଥିତ ସରଙ୍ଗାଧର ଷ୍ଟାଡିୟମ ଥରେ କୌଶଳ ମହୋତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ର ଦକ୍ଷତା ବିକାଶ ନିଗମପକ୍ଷରୁ ଆୟୋଜିତ ଏହି କୌଶଳ ମହୋତ୍ସବର ରୋଜଗାର ମେଳାରେ ଯୁବ ଦକ୍ଷ ଗୋଷ୍ଠୀଙ୍କୁ ନିଯୁକ୍ତି ଓ ତାଲିମ ସ୍ବୀକୃତି ପତ୍ର ପ୍ରଦାନ କରିବେ କେନ୍ଦ୍ରମନ୍ତ୍ରୀ ।
ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, " କାରନ୍ଦା ଗ୍ରାମକୁ ଆସିବାକୁ ସୌଭାଗ୍ୟ ମିଳିଲା । ମା' ମହାସିମୁଳା ମନ୍ଦିରର ଆଜି ମୁଣ୍ଡି ମାରିବା କାର୍ଯ୍ୟ ପୂରା ହେବ । ଏଥିଲାଗି ମୋତେ ଗାଁର ଲୋକେ ଆଦରର ସହିତ ନିମନ୍ତ୍ରଣ କରିଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ । ଆଜି ଭଳି ଦିନରେ ଭଗବାନଙ୍କୁ ଦର୍ଶନ କରି ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି ।"
ଇଟିଭି ଭାରତ, ଢେଙ୍କାନାଳ