ETV Bharat / state

ଢେଙ୍କାନାଳ ପୌରାଞ୍ଚଳରୁ 2 କୋରୋନା ପଜିଟିଭ, 4 ସୁସ୍ଥ - two corona detected from muncipality

ରାଜ୍ୟରେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ଏହି କ୍ରମରେ ମଙ୍ଗଳବାର ଢେଙ୍କାନାଳ ଜିଲ୍ଲାରେ ପୁଣି ୨ଜଣ କୋରୋନା ପଜିଟିଭ ଚିହ୍ନଟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଢେଙ୍କାନାଳ ପୌରାଞ୍ଚଳରୁ 2 କୋରୋନା ପଜିଟିଭ, 4 ସୁସ୍ଥ

author img

By

Published : Jul 14, 2020, 4:27 PM IST

ଢେଙ୍କାନାଳ: କୋରୋନା ବିପଦ ଦିନକୁ ଦିନ ବଢିବାରେ ଲାଗିଛି । ଗୋଷ୍ଠୀ ସଂକ୍ରମଣ ଭୟ ମାଡିବସିଲାଣି । ରାଜ୍ୟରେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ଏହି କ୍ରମରେ ମଙ୍ଗଳବାର ଢେଙ୍କାନାଳ ଜିଲ୍ଲାରେ ପୁଣି ୨ଜଣ କୋରୋନା ପଜିଟିଭ ଚିହ୍ନଟ । ସେପଟେ ୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି ।

ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କର୍ଣ୍ଣାଟକରୁ ଆସିଥିବା ବେଳେ ଅନ୍ୟ ଜଣେ ବ୍ରହ୍ମପୁରରୁ ଆସି ହୋମ କ୍ବାରେଣ୍ଟାଇନରେ ରହୁଥିଲେ । ଏହି ଦୁଇ ଜଣ ଢେଙ୍କାନାଳ ପୌରାଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ରିପୋର୍ଟ ଜୁଲାଇ ୧୩ ତାରିଖ ସନ୍ଧ୍ୟାରେ ପଜିଟିଭ ଆସିଥିଲା । ପଜିଟିଭ ଚିହ୍ନଟ ପରେ ଏହି ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ କୋଭିଡ ହସ୍ପିଟାଲକୁ ପଠାଯାଇଛି । ପରେ ସେମାନେ ରହୁଥିବା ଘର ଏବଂ ସଂଲଗ୍ନ ଅଞ୍ଚଳ ଗୁଡିକୁ ବିଶୋଧନ କରାଯାଇଛି ।

ସେପଟେ ୪ଜଣ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ସୁଧା ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଥିବା ବେଳେ ଚିକିତ୍ସା ପରେ ସୁସ୍ଥ ହୋଇ ୮୫ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଧା ୧୮ ଜଣ ଚିକିତ୍ସାଧୀନ ଥିବା ସୂଚନା ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.