ETV Bharat / state

ଢେଙ୍କାନାଳ ଦତ୍ତାତ୍ରେୟ ମନ୍ଦିର ପରିସରରୁ ୨ଟି ବିଶାଳ ଅହିରାଜ ସାପ ଉଦ୍ଧାର

author img

By

Published : Apr 15, 2022, 3:54 PM IST

ଢେଙ୍କାନାଳ ଦତ୍ତାତ୍ରେୟ ମନ୍ଦିର ପରିସରରେ ଦୁଇଟି ବିଶାଳ ଅହିରାଜ ସାପ ଦେଖିବାକୁ ମିଳିଛି । ସାପ ଉଦ୍ଧାରକାରୀ ଦଳ ପହଞ୍ଚି ସାଇ ମନ୍ଦିର ରୋଷ ଶାଳା ପାଖରୁ ଅହିରାଜ ସାପଦୁଇଟିକୁ ଉଦ୍ଧାର କରିଛନ୍ତି । ଅଧିକ ପଢନ୍ତୁ

ଦତା ତ୍ରେୟ ମନ୍ଦିର ପରିସରରେ ଦୁଇଟି ବିଶାଳ ଅହିରାଜ ସାପ

ଢେଙ୍କାନାଳ: ଜିଲ୍ଲାର କପିଳାଶ ନିକଟସ୍ଥ ଦତ୍ତାତ୍ରେୟ ସାଇ ମନ୍ଦିର ପରିସରରେ ୨ଟି ବିଶାଳ ଅହିରାଜ ସାପ ଦେଖିବାକୁ ମିଳିଛି । ଏହି ସାପ ଦୁଇଟିକୁ ମନ୍ଦିର ସେବାୟତ ମାନେ ଦେଖି ସାପ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ । ଖବର ପାଇ ସାପ ଉଦ୍ଧାରକାରୀ ଦଳ 'ବନ୍ୟ କ ଫାଉଣ୍ଡେସନ' ପକ୍ଷରୁ ପପୁନ ଦାସ ଓ ତାଙ୍କ ସଗଯୋଗୀ ପହଞ୍ଚି ମନ୍ଦିର ରୋଷଶାଳା ନିକଟରେ ଏହି ଦୁଇଟି ସାପକୁ ସତର୍କତାର ସହ ଉଦ୍ଧାର କରିଥିଲେ । ପରେ ସେଠାରେ ପହଞ୍ଚିଥିବା କପିଳାଶ ବନ କର୍ମଚାରୀଙ୍କୁ ଏହି ସାପ ୨ଟିକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

ସାପ ୨ଟିର ଲମ୍ବ ୧୫ଫୁଟ ଓ ୧୬ ଫୁଟ ବୋଲି ଜଣାପଡିଛି । ଗୋଟିଏ ଅଣ୍ଡିରା ସାପ ଓ ଅନ୍ୟଟି ମାଈ ସାପ ହୋଇଥିବା ବେଳେ ପାଖ କପିଳାଶ ଅଭୟାରଣ୍ୟରୁ ଖାଦ୍ୟ ଅନ୍ବେଷଣରେ ମନ୍ଦିର ଭିତରକୁ ଚାଲି ଆସିଥିବା ଅନୁମାନ କରାଯାଉଛି । ତେବେ ଗତ ବର୍ଷ ପଣା ସଂକ୍ରାନ୍ତିରେ ଏପରି ଦୁଇଟି ଅହିରାଜ ସାପ ମନ୍ଦିରକୁ ଆସିଥିବା ବେଳେ ଚଳିତ ବର୍ଷ ପୁଣି ଏହି ତିଥିରେ ଏହି ଅହିରାଜ ସାପ ଦୁଇଟି ଆସିବା ନେଇ ପ୍ରଭୁ ସାଇଙ୍କ ଏହା ଚମତ୍କାର ବୋଲି ମନ୍ଦିର ସେବାୟତ ମାନେ ବିଶ୍ବାସ କରୁଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.