ETV Bharat / state

ପିଲା ଚୋର ସନ୍ଦେହରେ ଜଣଙ୍କୁ ଧରିଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କଙ୍କଡାହାଡ଼ ପଞ୍ଚାୟତର ନମିଚିରା ନିକଟରେ ପିଲା ଚୋର ସନ୍ଦେହରେ ଜଣଙ୍କୁ କାବୁ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ତେବେ କାବୁ ହୋଇଥିବା ସନ୍ଦିଗ୍ଧ ଯୁବକଙ୍କ ଠାରୁ ଗ୍ରାମବାସୀମାନେ ଦୁଇଟି ଅଖା ଓ ବ୍ଲେଡ଼ ଜବତ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jan 27, 2021, 7:26 PM IST

ଢେଙ୍କାନାଳ ପିଲା ଚୋର ସନ୍ଦେହରେ ଜଣଙ୍କୁ ଧରିଲେ ଗ୍ରାମବାସୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କଙ୍କଡାହାଡ଼ ପଞ୍ଚାୟତର ନମିଚିରା ନିକଟରେ ପିଲା ଚୋର ସନ୍ଦେହରେ ଜଣଙ୍କୁ କାବୁ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ତେବେ କାବୁ ହୋଇଥିବା ସନ୍ଦିଗ୍ଧ ଯୁବକଙ୍କ ଠାରୁ ଗ୍ରାମବାସୀମାନେ ଦୁଇଟି ଅଖା ଓ ବ୍ଲେଡ଼ ଜବତ କରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ସଦର ଥାନାକୁ ଖବର ଦେଇଥିଲେ ମଧ୍ୟ ପୋଲିସ ପହଞ୍ଚିବାରେ ବିଳମ୍ବ କରିବାରୁ ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଭାପୁର ଫାଣ୍ଡି ପୋଲିସ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ଉକ୍ତ ଯୁବକକୁ ଉଦ୍ଧାର କରିଛନ୍ତି ।

ଏସମ୍ପର୍କରେ ଭାପୁର ଫାଣ୍ଡି ପୁଲିସ ଯାଞ୍ଚ ଆରମ୍ଭ କରିଛି । ସୂଚନା ଥାଉକି, ଆଜି ଅପରାହ୍ନରେ କଙ୍କଡାହାଡ଼ ପଞ୍ଚାୟତର ନମିଚିରା ନିକଟରେ ଥିବା ଏକ କ୍ରସର ନିକଟରେ ଗ୍ରାମ ଆଡ଼କୁ ଯାଉଥିବା ଏହି ଯୁବକଙ୍କ କାର୍ଯ୍ୟକଳାପ ନେଇ କିଛି ସ୍ଥାନୀୟ ପିଲା ସନ୍ଦେହ କରିଥିଲେ । ତା ପାଖକୁ ଯାଇ ପଚରାଉଚରା କରିବାକୁ ଯିବାବେଳେ ସେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲା । ଫଳରେ ପିଲାମାନେ ତାକୁ କାବୁ କରି ଅନ୍ୟମାନଙ୍କୁ ଡାକିଥିଲେ । ପରେ ଲୋକମାନେ ରୁଣ୍ଡ ହୋଇଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.