ETV Bharat / state

ଢେଙ୍କାନାଳରେ ୫ ପ୍ଲାଜମା ଦାନକାରୀଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ପ୍ରଶାସନ

author img

By

Published : Oct 1, 2020, 7:24 PM IST

କୋରୋନା ସମୟରେ ପ୍ଲାଜମା ଦାନ କରି ମହାନ କାମ କଲେ ଢେଙ୍କାନାଳର ପାଞ୍ଚଜଣ ବ୍ୟକ୍ତି । ସମ୍ବର୍ଦ୍ଧିତ କଲା ଜିଲ୍ଲା ପ୍ରଶାସନ ।

The district administration honored the plasma donors
୫ଜଣ ପ୍ଲାଜମା ଦାନକାରୀଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ପ୍ରଶାସନ

ଢେଙ୍କାନାଳ: କୋରୋନା ଏବେ ସାରା ବିଶ୍ବରେ ସଙ୍ଗୀନ ସ୍ଥିତି ସୃଷ୍ଚି କରିଛି । ଏପରି ସ୍ଥିତିର ମୁକାବିଲା ପାଇଁ ପ୍ଲାଜମା ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି କାମାକ୍ଷାନଗରର ପାଞ୍ଚଜଣ ବ୍ୟକ୍ତି ।

କୋରୋନାର ଏ ଘଡିସନ୍ଧି ସମୟରେ ଅନେକ ଲୋକ ମହତ କାର୍ଯ୍ୟ କରୁଛନ୍ତି । କୋରୋନାକୁ ହରାଇ ସ୍ବଇଚ୍ଛାରେ ପ୍ଲାଜମା ଦାନ କରିଛନ୍ତି ପାଞ୍ଚଜଣ କାମାକ୍ଷାନଗରବାସୀ । ସେମାନେ ହେଲେ ଝରା ସାହିର ଅଶ୍ବିନୀ ସାମଲ, କାଦୁଅର ସୁଶାନ୍ତ ସାହୁ, ବାଙ୍ଗୁରାର ଜ୍ଞାନ ରଂଜନ ସାମଲ, ଓ ଆଳୁତମାରର ଶୁଭ୍ରାଂଶୁ ମହାନ୍ତି ଏବଂ ବିଭୂତି ଭୂଷଣ ମହାନ୍ତି । ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍କିଟ ହାଉସଠାର ଅତିରିକ୍ତ ଜିଲ୍ଲାପାଳ ସୌଦାମିନୀ ସେଠୀ ଉତ୍ତରୀୟ ସହ ମାନପତ୍ର ପ୍ରଦାନ କରିଛନ୍ତି ।

ପାଞ୍ଚଜଣଙ୍କର ଏହି କାମ ପାଇଁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ସେମାନଙ୍କୁ ଧନ୍ୟବାଦ ଦେବା ସହ ଅନ୍ୟମାନଙ୍କୁ ପ୍ଲାଜମା ଦାନ ପାଇଁ ସ୍ବତଃପ୍ରବୃତ୍ତ ଭାବେ ଆଗେଇ ଆସିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.