ETV Bharat / state

ବେକେ ପାଣିରେ ପହଁରି ସ୍କୁଲ ଯାଉଛନ୍ତି ଶିକ୍ଷୟତ୍ରୀ - ବିନୋଦିନୀ ସାମଲ

କୁହନ୍ତି ନା ‘କର୍ମ ହିଁ ଭଗବାନ’ । ଆଉ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ନିଭାଉଛନ୍ତି ଢେଙ୍କାନାଳର ଓଡାପଡା ବ୍ଲକ ରଥିଆପାଳ ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ବିନୋଦିନୀ ସାମଲ । ବେକେ ପାଣିରେ ନଦୀ ପାର ହୋଇ ନିତି ସ୍କୁଲରେ ପାଠ ପଢାଇବାକୁ ପହଞ୍ଚିଯାଆନ୍ତି ବିନୋଦିନୀ ।

ଡିଜାଇନ ଫଟୋ
author img

By

Published : Sep 12, 2019, 3:50 PM IST

Updated : Sep 12, 2019, 6:47 PM IST

ଢେଙ୍କାନାଳ: ହାତରେ ବ୍ୟାଗ, ମନରେ ଦୃଢ ମନୋବଳ, କାନ୍ଧରେ କର୍ତ୍ତବ୍ୟ ଭାର ନେଇ ବେକେ ନଦୀରେ ଶିକ୍ଷୟତ୍ରୀ । ଗୋଡ ଖସିଲେ ଜୀବନ ସରିଲା । କିନ୍ତୁ କର୍ତ୍ତବ୍ୟ ଆଗରେ ତୁଚ୍ଛ ହୋଇପଡିଛି ଉଚ୍ଛୁଳା ନଦୀ । କାରଣ ସମସ୍ୟା ତ ସବୁଦିନର ହେଲେ ପାଠ ପଢା ବନ୍ଦ ହୋଇଗଲେ ଅନ୍ଧାର ହୋଇଯିବ ପିଲାଙ୍କ ଭବିଷ୍ୟତ । ଏଭଳି ମହତ ଉଦ୍ଦେଶ୍ୟ ରଖି ପ୍ରତିଦିନ ଜୀବନକୁ ବାଜି ଲଗାଉଛନ୍ତି ଢେଙ୍କାନାଳର ଓଡାପଡା ବ୍ଲକ ରଥିଆପାଳ ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ 50 ବର୍ଷୀୟ ବିନୋଦିନୀ ସାମଲ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଅନୁଗୋଳ

ନିତି ନଦୀରୁ ବାହାରି ଓଦାସରସର ଦେହରେ ସେମିତି, କାଦୁଅ ପଚପଚ ରାସ୍ତା ପାର କରି ସ୍କୁଲରେ ପହଞ୍ଚିଯାଆନ୍ତି ଏହି ସାହାସୀ ଶିକ୍ଷୟତ୍ରୀ । ବଡ କଥା ହେଲା ଦୀର୍ଘ 10 ବର୍ଷ ଧରି ବିନୋଦିନୀ ଏପରି ବିନା ଛୁଟିରେ କର୍ତ୍ତବ୍ୟ ତୁଲାଉଛନ୍ତି । ଏଥିପାଇଁ ବାଟ ଓଗାଳୁଥିବା ଉଚ୍ଛୁଳା ସାପୁଆ ନଇକୁ ବି ସେ ଖାତିର କରନ୍ତି ନାହିଁ । ତାଙ୍କର ଏହି ନିସ୍ବାର୍ଥପର ସେବା ପାଇଁ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ ।

ତେବେ ଯେଉଁ ଗାଁରେ ପାଠ ପଢାଇବାକୁ ଶିକ୍ଷୟତ୍ରୀ ଏତେ କଷ୍ଟର ସାମ୍ନା କରୁଛନ୍ତି, ସେଠି ପିଲାଏ କେତେ ସମସ୍ୟା ଭୋଗୁନଥିବେ ତାହା ଏହି ଦୃଶ୍ୟରୁ ଅନୁମେୟ ।

ଢେଙ୍କାନାଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
Last Updated : Sep 12, 2019, 6:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.