ETV Bharat / state

କୋରୋନା ସଚେତନତା ନେଇ ଉପଖଣ୍ଡ ସ୍ତରୀୟ ସମୀକ୍ଷା ବୈଠକ - ଢେଙ୍କାନାଳ ଖବର

ଢେଙ୍କାନାଳ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାମାକ୍ଷାନଗର ବ୍ଲକ ସଭାଗୃହରେ କୋରୋନା ମୁକାବିଲା ନେଇ ଉପଖଣ୍ଡ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

Sub-divisional review meeting on Corona awareness
କୋରୋନା ସଚେତନତା ନେଇ ଉପଖଣ୍ଡ ସ୍ତରୀୟ ସମୀକ୍ଷା ବୈଠକ
author img

By

Published : Apr 17, 2020, 6:02 PM IST

ଢେଙ୍କାନାଳ: କାମାକ୍ଷାନଗର ବ୍ଲକ ସଭାଗୃହରେ କୋରୋନା ମୁକାବିଲା ନେଇ ଉପଖଣ୍ଡ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇଥିଲେ ।

Sub-divisional review meeting on Corona awareness
କୋରୋନା ସଚେତନତା ନେଇ ଉପଖଣ୍ଡ ସ୍ତରୀୟ ସମୀକ୍ଷା ବୈଠକ

ଏହି ଅବସରରେ ଉପସ୍ଥିତ ସମସ୍ତ ବିଭାଗର ଅଧିକାରୀଙ୍କୁ କୋରୋନା ସମ୍ପର୍କରେ ସେମାନଙ୍କର ବିଭାଗ କେତେ ସଚେତନ ଅଛନ୍ତି ସେ ନେଇ ଆଲୋଚନା କରିଥିଲେ । ଏଯାବତ୍‌ ବିଶ୍ବ ତଥା ଦେଶରେ କୋରୋନା ପ୍ରତିହତ ପାଇଁ କୌଣସି ମେଡିସିନ ବାହାରି ନାହିଁ, ସେଥିପାଇଁ ଏହି ସଂକ୍ରମଣକୁ ରୋକିବାକୁ ସାମାଜିକ ଦୂରତ୍ବ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି । ଏଥିସହ କାମାକ୍ଷାନଗରରେ ବର୍ତ୍ତମାନ ସୁଦ୍ଧା କୌଣସି କୋରୋନା ସନ୍ଦିଗ୍ଧ ଚିହ୍ନଟ ହୋଇନଥିବାରୁ ଭୟଭୀତ ନ ହେବାକୁ ଉପଜିଲ୍ଲାପାଳ କହିଛନ୍ତି ।

ସେହିପରି ସମସ୍ତ ହିତାଧିକାରୀ ମାନଙ୍କ ପାଖରେ ଯେପରି ସୁବିଧାରେ ରାସନ ଜିନିଷ ପହଞ୍ଚିବା ପାଇଁ ସମସ୍ତ ବିଡିଓଙ୍କୁ କୁହାଯାଇଥିଲା । କୋରୋନା ସମୀକ୍ଷାରେ ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ, ଭୁବନ ଓ କାମାକ୍ଷାନଗର ୨ ବ୍ଲକର ବିଡିଓ, ତହସିଲଦାର, କୃଷି ଅଧିକାରୀ, ଏନଏସି କର୍ତ୍ତୃପକ୍ଷଙ୍କ ସହିତ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.