ETV Bharat / state

ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ ତୀବ୍ର ବିରୋଧ, ବାତିଲ ହେଲା ଜନଶୁଣାଣି - ଢେଙ୍କାନାଳ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ ତିବ୍ର ବିରୋଧ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ଗାଁରେ ହେବାକୁ ଥିବା ପ୍ରସ୍ତାବିତ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ ଜୋରଦାର ବିରୋଧ କରିଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ...

ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ ତିବ୍ର ବିରୋଧ, ଜନଶୁଣାଣୀ ହେଲା ବାତିଲ

author img

By

Published : Sep 9, 2021, 7:01 AM IST

ଢେଙ୍କାନାଳ: ଜିଲ୍ଲାର ପରଜଙ୍ଗ ବ୍ଲକ ପାଟରପଦା ଗାଁରେ ହେବାକୁ ଥିବା ପ୍ରସ୍ତାବିତ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ ଜୋରଦାର ବିରୋଧ କରିଛନ୍ତି ଅଞ୍ଚଳବାସୀ । ଏହି ପ୍ରକଳ୍ପ ପାଇଁ ବୁଧବାର ଜନଶୁଣାଣି ପାଇିଁ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ବିଫଳ ହୋଇଛି । ଏପରିକି ସ୍ଥାନୀୟ ଅଞ୍ଚଳର ୬ଟି ପଞ୍ଚାୟତ ଅନ୍ତର୍ଗତ ୨୦ଟି ଗ୍ରାମର ଜନସାଧାରଣ ହାତରେ ପ୍ଲାଗ କାର୍ଡ ଧରି ହେବାକୁ ଥିବା ଜନଶୁଣାଣି ଶିବିର ଟେଣ୍ଟ ବାହାରେ ତୀବ୍ର ବିରୋଧ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଫଳରେ ଏହି ଜଣ ଶୁଣାଣି ଶିବିରକୁ ବାତିଲ କରି ଅଧିକାରୀମାନେ ଫେରିଯାଇଥିବା ଦେଖିବାକୁ ମିଳିଛି ।

ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ ତିବ୍ର ବିରୋଧ, ଜନଶୁଣାଣୀ ହେଲା ବାତିଲ

ସୂଚନା ଥାଉକି, ରାଜ୍ୟର ଢେଙ୍କାନାଳ ସମେତ ୭ଟି ଜିଲ୍ଲା ଯଥା, ଅନୁଗୋଳ, ଝାରସୁଗୁଡା, ଯାଜପୁର, ସମ୍ବଲପୁର, କେନ୍ଦୁଝର, କଟକ ଆଦି ସ୍ଥାନମାନଙ୍କରେ ଥିବା ପ୍ଲାଣ୍ଟ ଗୁଡିକରୁ ବର୍ଜ୍ୟବସ୍ତୁ ସବୁକୁ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ଠାରେ ପ୍ରସ୍ତାବିତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ଆସିବାକୁ ସ୍ଥିର କରାଯାଇଛି । ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା, ଏହାଦ୍ବାରା ଅଞ୍ଚଳ ପ୍ରଦୂଷିତ ହେବା ସହିତ ଜନଜୀବନ ପ୍ରଭାବିତ ହେବ। ଏହି ଅଞ୍ଚଳରେ ବ୍ୟାପକ ହାତୀ ରହିବା ସହିତ ହାତୀ କରିଡର ମଧ୍ୟ ଘୋଷଣା କରାଯାଇଛି। ମାତ୍ର ଏହି ପ୍ରକଳ୍ପ ହେବା ଦ୍ବାରା ହାତୀ ମାନଙ୍କର ଚଲାପଥ ବଦଳି ଯିବା ସହିତ ଜଙ୍ଗଲ ନଷ୍ଟ ହେବ ଓ ଗ୍ରାମ ଭିତରକୁ ଜଙ୍ଗଲୀ ଜନ୍ତୁ ଆସିବାର ସମ୍ଭାବନା ମଧ୍ୟ ଦେଖାଦେଇଛି।

ଯାହାକୁ ନେଇ ଏଠାରେ ଉତ୍ତେଜନା ସାଙ୍ଗକୁ ବିରୋଧ କରିଛନ୍ତି ୬ଟି ପଞ୍ଚାୟତର ହଜାର ହଜାର ଲୋକ । ଉଭୟ ମହିଳା ଓ ପୁରୁଷ ସମସ୍ତେ ଏହାକୁ ବିରୋଧ କରିଛନ୍ତି। ଏଠାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କରାଇଦେବେ ନାହିଁ ବୋଲି ଲୋକମାନେ ଚେତାବନୀ ଦେଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ସାଙ୍ଗକୁ ପ୍ରବଳ ବିରୋଧ ହେବାରୁ ଜନଶୁଣାଣିକୁ ଆଜି(ବୁଧବାର) ବନ୍ଦ କରି ଦିଆଯାଇଛି। ଫଳରେ ଅଧିକାରୀ ମାନେ ଫେରି ଯାଇଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.