ETV Bharat / state

ଢେଙ୍କାନାଳରେ ଶୁଭାରମ୍ଭ ହେଲା ସ୍ବତନ୍ତ୍ର କୋଭିଡ-19 ସେଣ୍ଟର - coronavirus news

ମହାମାରୀ କୋରୋନାକୁ ପ୍ରତିହତ କରିବା ପାଇଁ ଚାଲିଛି ମହାସଂଗ୍ରାମ । ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋଭିଡ19 ହସପିଟାଲ ଉଦଘାଟନ ହୋଇଥିଲାବେଳେ ସୋମବାର ଢେଙ୍କାନାଳରେ 100 ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ଼19 ହେଲଥ ସେଣ୍ଟରକୁ ଶୁଭାରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

special-covid-19-health-center-innagurated-in-dhenkanal
ଢେଙ୍କାନାଳରେ ଶୁଭାରମ୍ଭ ହେଲା ସ୍ବତନ୍ତ୍ର କୋଭିଡ19 ହେଲଥ ସେଣ୍ଟର
author img

By

Published : Apr 13, 2020, 8:28 PM IST

ଢେଙ୍କାନାଳ: ମହାମାରୀ କୋରୋନାକୁ ପ୍ରତିହତ କରିବା ପାଇଁ ଚାଲିଛି ମହାସଂଗ୍ରାମ । ଦେଶବ୍ୟାପି ଲକଡାଉନ ଜାରି ରହିଛି । ତେବେ କୋରୋନା ସଂକ୍ରମଣ କିମ୍ବା ସଂକ୍ରମିତ ଆଶଙ୍କା ବ୍ୟକ୍ତି ବିଶେଷଙ୍କ ପାଇଁ ରାଜ୍ୟରେ ଜିଲ୍ଲା ସ୍ତରରେ ପ୍ରସ୍ତୁତ କରାଯାଉଛି ସ୍ବତନ୍ତ୍ର କୋଭିଡ19 ହସ୍ପିଟାଲ । ସୋମବାର ଢେଙ୍କାନାଳରେ ସ୍ବତନ୍ତ୍ର କୋଭିଡ଼-19 ହେଲଥ ସେଣ୍ଟରକୁ ଶୁଭାରମ୍ଭ କରାଯାଇଛି ।

special-covid-19-health-center-innagurated-in-dhenkanal
ଢେଙ୍କାନାଳରେ ଶୁଭାରମ୍ଭ ହେଲା ସ୍ବତନ୍ତ୍ର କୋଭିଡ19 ହେଲଥ ସେଣ୍ଟର

ଢେଙ୍କାନାଳ ସହରର ବାଜିଚୌକ ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ 4ର୍ଥ ବ୍ଲକରେ ପ୍ରସ୍ତୁତ ହୋଇଛି କୋଭିଡ-19 ହେଲଥ ସେଣ୍ଟର । ଏହି ସ୍ବତନ୍ତ୍ର କୋଭିଡ଼ ହେଲଥ ସେଣ୍ଟରରେ 100 ଶଯ୍ୟା ବିଶିଷ୍ଟ ହୋଇଥିବାବେଳେ ୬୦ଟି ବେଡ଼ ସିଧାସଳଖ ସଂକ୍ରମିତ ହୋଇଆସିଥିବା କୋରନା ସଂକ୍ରମିତ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏହାସହ ୬ଟି ସେମି ଆଇସିୟୁର ମଧ୍ୟ ବ୍ୟବସ୍ଥା କରାଯାଇଛି । ଅପରପକ୍ଷେ ଅନ୍ୟ ୪୦ଟି ବେଡ଼ ସଂକ୍ରମିତ ରୋଗୀ ମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନିରଞ୍ଜନ ମିଶ୍ର ।

ଏଥିପାଇଁ ସ୍ବତନ୍ତ୍ର ଡାକ୍ତର ଓ ୩୦ ଜଣ ସ୍ବତନ୍ତ୍ର ନର୍ସିଂ କର୍ମଚାରୀ ନିୟୋଜିତ କରାଯାଇଛି । କିପରି ନିଜେ ସୁରକ୍ଷିତ ରହି ସେବା କରିବେ ଏଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର ଭାବେ ତାଲିମ ଦିଆଯାଇଥିବା ପ୍ରକାଶ କରିଛନ୍ତି ସ୍ବାସ୍ଥ୍ୟ କର୍ମଚାରୀ । କୋରନା ସଂକ୍ରମଣ ଆଶଙ୍କାରେ ଏବେ ପ୍ରସ୍ତୁତ ହୋଇଯାଇଛି କୋଭିଡ ହେଲଥ ସେଣ୍ଟର । କୋରନା ସଂକ୍ରମଣରୁ ରୋକିବା ପାଇଁ ପ୍ରଶାସନିକ ସ୍ତରରେ ଚାଲିଛି ଜୋରଦାର ଉଦ୍ୟମ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.