ETV Bharat / state

ବ୍ରାହ୍ମଣୀ ବ୍ରିଜ ଉପରେ ବାଇକ-ସ୍କର୍ପିଓ ମୁହାଁମୁହିଁ ଧକ୍କା, ୨ ଗୁରୁତର

author img

By

Published : Oct 20, 2020, 11:56 AM IST

Updated : Oct 20, 2020, 12:20 PM IST

ବ୍ରାହ୍ମଣୀ ବ୍ରିଜ ଉପରେ ବାଇକ-ସ୍କର୍ପିଓ ମୁହାଁମୁହିଁ ଧକ୍କା, ୨ ଗୁରୁତର
ବ୍ରାହ୍ମଣୀ ବ୍ରିଜ ଉପରେ ବାଇକ-ସ୍କର୍ପିଓ ମୁହାଁମୁହିଁ ଧକ୍କା, ୨ ଗୁରୁତର

11:10 October 20

ଢେଙ୍କାନାଳ: ସ୍କର୍ପିଓ-ବାଇକ ମୁହାଁମୁହିଁ ଧକ୍କାରେ ୨ ଗୁରୁତର ହୋଇଛନ୍ତି । ଦୁର୍ଘଟଣାଟି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ନିକଟସ୍ଥ ବ୍ରାହ୍ମଣୀ ବ୍ରିଜ ଉପରେ ଘଟିଛି। ଦୁଇ ଗୁରୁତର ବାଇକ ଆରୋହୀଙ୍କ ମଧ୍ୟରୁ ଜଣଙ୍କୁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରୁ ଉଦ୍ଧାର କରାଯାଇଥିବା ବେଳେ ନଦୀକୁ ଖସି ପଡିଥିବା ଅନ୍ୟ ଜଣଙ୍କୁ ନଦୀ ଭିତରୁ ଉଦ୍ଧାର କରାଯାଇଛି । ଦୁଇ ଗୁରୁତର ହେଲେ ପରଜଙ୍ଗ ଥାନା ସରାଙ୍ଗ ଗାଁର ଦିପୁନ ନାଏକ ଓ ସୂର୍ଯ୍ୟକାନ୍ତ ନାଏକ ।  

ସୂଚନା ଅନୁଯାୟୀ, ଦିପୁ ଓ ସୂର୍ଯ୍ୟ ଏକ ବାଇକରେ କୌଣସି କାର୍ଯ୍ୟ ପାଇଁ ତାଳଚେର ଯାଉଥିଲେ । ତାଳଚେର ଆଡୁ ଆସୁଥିବା ସ୍କର୍ପିଓ ଗାଡିଟି ବ୍ରିଜ ଉପରେ ବାଇକ ଆରୋହୀ ଦୁଇ ଜଣଙ୍କୁ ମୁହାଁ ମୁହିଁ ଧକ୍କା ଦେଇଥିଲା । ଫଳରେ ଜଣେ ବ୍ରିଜ ଉପରେ ଓ ଅନ୍ୟ ଜଣେ ନଦୀ ଭିତରକୁ ଖସି ପଡ଼ିଥିଲେ ।

ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ଓ ତାଳଚେର ଅଗ୍ନିଶମ ବାହିନୀ ପହଞ୍ଚି ନଦୀ ଭିତରେ ଖସି ପଡିଥିବା ବାଇକ ଆରୋହୀଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ତାଳଚେର ମଣ୍ଡାପାଳ ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଡ୍ରାଇଭର ଘଟଣା ସ୍ଥାନରୁ ଫେରାର ହୋଇଯାଇଛି । ଏନେଇ ପରଜଙ୍ଗ ପୋଲିସ ତଦନ୍ତ ଜାରି ରଖିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Oct 20, 2020, 12:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.