ETV Bharat / state

ରୁଙ୍ଗଟା କାରଖାନା ରାସ୍ତା ନିର୍ମାଣକୁ ବିରୋଧ, ପୋଲିସ-ଗ୍ରାମବାସୀ ମୁହାଁମୁହିଁ - rungta plant road construction

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ତରକାବେଡାରେ ରୁଙ୍ଗଟା କାରଖାନା ରାସ୍ତା ନିର୍ମାଣ ନେଇ ବ୍ୟାପକ ଉତ୍ତେଜନା । ପୋଲିସ-ଗ୍ରାମବାସୀ ମୁହାଁମୁହିଁ । ଅଧିକ ପଢନ୍ତୁ...

ରୁଙ୍ଗଟା କାରଖାନା ରାସ୍ତା ନିର୍ମାଣକୁ ବିରୋଧ, ପୋଲିସ-ଗ୍ରାମବାସୀ ମୁହାଁମୁହିଁ

author img

By

Published : Feb 12, 2021, 1:53 PM IST

ଢେଙ୍କାନାଳ: ରୁଙ୍ଗଟା କାରଖାନା ରାସ୍ତା ନିର୍ମାଣ ନେଇ ବ୍ୟାପକ ଉତ୍ତେଜନା । ପୋଲିସ-ଗ୍ରାମବାସୀ ମୁହାଁମୁହିଁ । ସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରଶାସନ ପକ୍ଷରୁ 144 ଧାରା ଲାଗୁ ହେବା ସହ 8 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ତରକାବେଡାରେ ଦେଖିବାକୁ ମିଳିଛି ଏହି ଘଟଣା ।

ରୁଙ୍ଗଟା କାରଖାନା ରାସ୍ତା ନିର୍ମାଣକୁ ବିରୋଧ, ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ଝାଡବନ୍ଧ ଠାରେ ନିର୍ମାଣ ଧୀନ ରୁଙ୍ଗଟା କାରଖାନା ରାସ୍ତା ନିର୍ମାଣ ନେଇ ବ୍ୟାପକ ଉତ୍ତେଜନା ଦେଖାଦେଇଛି । ଏହି କାରଖାନା ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ସ୍ଥାନୀୟ ତରକାବେଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ସ୍ଥାନାନ୍ତର ନେଇ ଗ୍ରାମବାସୀଙ୍କ ବିରୋଧରୁ ଏହି ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ଉତ୍ତେଜନା ଯୋଗୁଁ ପୋଲିସ ପକ୍ଷରୁ ବିରୋଧ କରୁଥିବା ୪୦ରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କୁ ଉଠାଇ ନେଇଛି ପୋଲିସ । ହିନ୍ଦୋଳ ଉପଜିଲ୍ଲାପାଳ ଓ ପୋଲିସ ପଦାଧିକାରୀମାନେ ଘଟଣାସ୍ଥଳରେ ଡେରା ପକାଇଛନ୍ତି ।

ସୂଚନା ମୁତାବକ, ରୁଙ୍ଗତା କରଖାନା ଯୋଗୁଁ ତରକାବେଡା ଗ୍ରାମରୁ ନିମବାହାଳି ଛକ ୫୫ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପଞ୍ଚାୟତ ରାସ୍ତାକୁ ରୁଙ୍ଗଟା କାରଖାନା ପକ୍ଷରୁ ଦଖଲ କରି ଗ୍ରାମବାସୀଙ୍କ ପାଇଁ ଅନ୍ୟ ଏକ ରାସ୍ତା ନିର୍ମାଣ କରୁଛି। ଯାହାକି ବନ୍ୟଜନ୍ତୁ ଜନିତ ଉପଦ୍ରଵରୁ ଅସୁରଖିତ ଯୋଗୁଁ ତରକାବେଡା ଗ୍ରାମବାସୀମାନେ ରାସ୍ତା ନିର୍ମାଣକୁ ବିରୋଧ କରି ଗତ ଏକ ମାସ ଧରି ଘଟଣାସ୍ଥଳରେ ଗଣ ଧାରଣା ଜାରି ରଖିଛନ୍ତି । ଫଳରେ ରୁଙ୍ଗଟା କାରଖାନାର ରାସ୍ତା ନିର୍ମାଣ ବାଧାପ୍ରାପ୍ତ ହୋଇଥିଲା । ପ୍ରଶାସନିକ ସ୍ତରରେ ଗ୍ରାମବାସୀଙ୍କ ଜିଦରେ ସମାଧାନ ପାଇଁ ବିଫଳ ପରେ ଆଜି ପୋଲିସ ମୁତୟନ କରାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଏପରି ଉତ୍ତେଜନା ଦେଖାଦେଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.