ଢେଙ୍କାନାଳ: କୋରୋନା ସମ୍ପର୍କିତ ମିଥ୍ୟା ଖବର ସୋସିଆଲ ମିଡିଆରେ ପ୍ରଚାର କରି ଯୁବକ ଗିରଫ । ସୋସିଆଲ ମିଡିଆରେ ଗୁଜବ ଖବର ପ୍ରଚାର କରିଥିବା ଅଭିଯୋଗରେ ଭୁବନ ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ନଂ 14ର ଧିରେନ୍ଦ୍ର କୁମାର ପୃଷ୍ଟି ବୋଲି ଜଣାପଡିଛି ।
ଧିରେନ୍ଦ୍ର ନିଜ ଫେସବୁକରେ ଓଡିଶାର ନିଶ୍ଚିନ୍ତକୋଇଲିରୁ ଚତୁର୍ଥ କୋରୋନା ରୋଗୀ ଚିହ୍ନଟ ବୋଲି ଗୁଜବ ଖବରକୁ ଭାଇରାଲ କରିଥିଲେ । ଫଳରେ ରାଜ୍ୟ ସାଇବର ଅପରାଧ ନିୟନ୍ତ୍ରଣ ଶାଖା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ