ETV Bharat / state

ଢେଙ୍କାନାଳ ରେଳ ଷ୍ଟେସନରେ ଆଣ୍ଟିଜେନ ଟେଷ୍ଟ କଡାକଡି

author img

By

Published : Apr 14, 2021, 10:12 AM IST

କୋରୋନାର ଦ୍ବିତୀୟ ଲହରରେ ହୁ ହୁ ହୋଇ ବଢୁଛି ସଂକ୍ରମଣ । ଏନେଇ ଢେଙ୍କାନାଳ ଜିଲ୍ଲା ରେଳ ଷ୍ଟେସନରେ ଆଣ୍ଟିଜେନ ଟେଷ୍ଟ କଡାକଡି କରାଯାଇଛି । ଅଧିକ ପଢନ୍ତୁ...

ଆଣ୍ଟିଜେନ ଟେଷ୍ଟ କଡାକଡି
ଆଣ୍ଟିଜେନ ଟେଷ୍ଟ କଡାକଡି

ଢେଙ୍କାନାଳ: ଦ୍ବିତୀୟ ଲହର ଏବେ ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । କୋରୋନାର ଦ୍ବିତୀୟ ଲହରରେ ହୁ ହୁ ହୋଇ ବଢୁଛି ସଂକ୍ରମଣ । ଏ ନେଇ ଢେଙ୍କାନାଳ ଜିଲ୍ଲା ରେଳ ଷ୍ଟେସନରେ ଆଣ୍ଟିଜେନ ଟେଷ୍ଟ କଡାକଡି କରାଯାଇଛି ।

ଆଣ୍ଟିଜେନ ଟେଷ୍ଟ କଡାକଡି

ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ସଂକ୍ରମଣ ଆଶଙ୍କାରେ କଡାକଡି ଯାଞ୍ଚ କରାଯାଉଛି । ବିଶେଷ କରି ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କ ଉପରେ ପ୍ରଶାସନ ପକ୍ଷରୁ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସାତଦିନ ହୋମ ଆଇସୋଲେସନରେ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ତଥାପି ଅମାନିଆଙ୍କ ପାଇଁ ମଙ୍ଗଳବାର ଠାରୁ ଢେଙ୍କାନାଲ ମୁଖ୍ୟ ଷ୍ଟେସନକୁ ଟାର୍ଗେଟ କରିଛି ପ୍ରଶାସନ ।

ଏପରିକି ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ପ୍ରତିଷ୍ଠାନ ଆରୁନ ଗ୍ରାମ୍ୟ ବ୍ୟାପାର ଓ ଜିଲ୍ଲା ପ୍ରଶାସନକ ମିଳିତ ସହାୟତାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଢେଙ୍କାନାଲ ମୁଖ୍ୟ ଷ୍ଟେସନରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହୋଇଛି । ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀ ଓ ରାଜ୍ୟର ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ ଆଦି କୋରନା ସଂକ୍ରମିତ ରେଡ଼ ଲାଇନ ଜିଲ୍ଲାମାନଙ୍କରୁ ଆସୁଥିବା ଯାତ୍ରୀମାନଙ୍କ ଆଣ୍ଟିଜେନ ଟେଷ୍ଟ କାରାଯାଇ ଚିହ୍ନଟ କାରାଯାଉଛି ।

ଏହା ସହ ଢେଙ୍କାନାଳ ଆସୁଥିବା ଯାତ୍ରୀମାନଙ୍କୁ କିପରି କୋଭିଡ ସଂକ୍ରମଣ ଠାରୁ ସୁରକ୍ଷିତ ରଖାଯାଇ ପାରିବ ଓ ପରିବାରକୁ ସଂକ୍ରମଣରୁ ରକ୍ଷା କରିବେ ସେ ସମ୍ପର୍କରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି । ଫଳରେ ଢେଙ୍କାନାଳ ଫେରୁଥିବା ଯାତ୍ରୀମାନେ ନିଜେ ସଂକ୍ରମିତ କି ନୁହେଁ ଜାଣିପାରୁଥିବାରୁ ସେମାନେ ଆସ୍ୱଶ୍ତି ଅନୁଭବ କରିଥିବା ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.