ETV Bharat / state

ବନ୍ଧୁକ ଦେଖାଇ ଲୁଟିଲେ ଦୁର୍ବୃତ୍ତ, ଜଣେ ଆହତ

author img

By

Published : Oct 22, 2020, 6:40 PM IST

ଢେଙ୍କାନାଳ ଜିଲ୍ଲାର ଜୋରନ୍ଦା ଫାଣ୍ଡି ରାଧାଦେଇପୁର ନିକଟରୁ ଗୁରୁବାର ଲୁଟ ହୋଇଛି । ଦୁର୍ବୃତ୍ତମାନେ ପିସ୍ତଲ ଦେଖାଇ ଭୁଜାଲିରେ ଆକ୍ରମଣ କରି ନଗଦ 60ହଜାର ଟଙ୍କା ସହ ବାଇକ ଓ ମୋବାଇଲ ଲୁଟି ନେଇଛନ୍ତି । ଅଧିକ ପଢନ୍ତୁ...

ବନ୍ଧୁକ ଦେଖାଇ ଲୁଟିଲେ ଦୁର୍ବୁତ୍ତ, ଜଣେ ଆହତ
ବନ୍ଧୁକ ଦେଖାଇ ଲୁଟିଲେ ଦୁର୍ବୁତ୍ତ, ଜଣେ ଆହତ

ଢେଙ୍କାନାଳ: ଜିଲ୍ଲାର ଜୋରନ୍ଦା ଫାଣ୍ଡି ରାଧାଦେଇପୁର ନିକଟରୁ ଗୁରୁବାର ପିସ୍ତଲ ଦେଖାଇ ଟଙ୍କା, ବାଇକ ଓ ମୋବାଇଲ ଲୁଟ ହୋଇଛି । ଦୁର୍ବୃତ୍ତଙ୍କ ଏହି ଆକ୍ରମଣରେ ଜଣେ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

ବନ୍ଧୁକ ଦେଖାଇ ଲୁଟିଲେ ଦୁର୍ବୁତ୍ତ, ଜଣେ ଆହତ

ଜିଲ୍ଲାର ଗଁନ୍ଦିଆ ଥାନା ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ରାଧାଦେଇପୁର ନିକଟରେ ଏହି ଘଟଣା ଘଟିଛି । ଲୁଟର ଶିକାର ହୋଇଛନ୍ତି ରାଧାଦେଇପୁର ଗାଁର ଅକ୍ଷୟ ବେହେରା । ଅକ୍ଷୟଙ୍କ କହିବା ମୁତାବକ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ପିସ୍ତଲ ଦେଖାଇ ତାଙ୍କୁ ପ୍ରଥମେ ଭୟଭୀତ କରାଇଥିଲେ । ପରେ ଭୁଜାଲିରେ ଆକ୍ରମଣ କରି ତାଙ୍କ ଠାରୁ 60 ହଜାର ଟଙ୍କା, ବାଇକ ଓ ମୋବାଇଲ ଲୁଟି ନେଇଛନ୍ତି । ଦୃର୍ବୁତ୍ତମାନଙ୍କ ଆକ୍ରମଣରେ ଅକ୍ଷୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।

ଏହି ଘଟଣା ସଂପର୍କରେ ଜୋରନ୍ଦା ଫାଣ୍ଡିରେ ଦୁର୍ବୃତ୍ତଙ୍କ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଅକ୍ଷୟ ବେହେରା ଜୋରନ୍ଦା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟ ପରେ ଦୁର୍ବୃତ୍ତମାନେ ପୁରୁଣା ବାଇକ ଛାଡି ପଳାଇଥିବାବେଳେ ପୋଲିସ ଏହାକୁ ଜବତ କରିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.