ETV Bharat / state

ସମ୍ପ୍ରସାରଣ କାର୍ଯ୍ୟ ଅଧପନ୍ତରା, ମରଣଯନ୍ତା ପାଲଟିଛି ରାଜପଥ !

ସମ୍ପ୍ରସାରଣ କାର୍ଯ୍ୟ ଅଧପନ୍ତରା ଯୋଗୁଁ ମରଣଯନ୍ତା ରାଜପଥ । ରାସ୍ତା ମରାମତି ନେଇ ତାତିଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

author img

By

Published : Jul 13, 2022, 9:21 PM IST

ସମ୍ପ୍ରସାରଣ କାର୍ଯ୍ୟ ଅଧାପନ୍ତରା ଯୋଗୁଁ ମରଣଯନ୍ତା ରାଜପଥ

ଢେଙ୍କାନାଳ: ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଦୀର୍ଘ ମାସ ହେଲା ଅଧାରେ ଛାଡି ଠିକାଦାର ଛୁ । ଫଳରେ କଟକର ମଙ୍ଗୁଳି ଛକରୁ ଅନୁଗୁଳ ଯାଏ ରାଜପଥ ମରଣ ଯନ୍ତା ପାଲଟିଛି । ବିଶେଷ କରି ଢେଙ୍କାନାଳ ସହର ଉପକଣ୍ଠ ଗୋବିନ୍ଦପୁର ଠାରୁ ମହିଷାପାଟ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଖରା ଦିନେ ପ୍ରବଳ ଧୂଳି ଆଉ ରାସ୍ତାରେ ଖାଲଖମା ଯୋଗୁଁ ବର୍ଷାଦିନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଲୋକେ ।

ସମ୍ପ୍ରସାରଣ କାର୍ଯ୍ୟ ଅଧପନ୍ତରା, ମରଣଯନ୍ତା ପାଲଟିଛି ରାଜପଥ !

ବାରମ୍ବାର ପ୍ରଶାସନ ଠାରୁ ରାଜନେତା ପର୍ଯ୍ୟନ୍ତ ଗୁହାରି କରି ଆସୁଥିଲେ ମଧ୍ୟ ସମସ୍ତେ ସ୍ଥାଣୁ ପାଲଟି ଯାଇଛନ୍ତି ବିଭାଗୀୟ ଅଧିକାରୀ । ଫଳରେ ଶ୍ୟାମଚରଣପୁର, ଅନନ୍ଦନଗର, କାଠଗଡା, ଇଛାଦେଇପୁର, କଣ୍ଟେଇକୋଳିଆ ଓ କୁଞ୍ଜକାନ୍ତ ଅଞ୍ଚଳର ସ୍ଥାନୀୟ ବାସିନ୍ଦାମାନେ ଏହାର ତୀଵ୍ର ପ୍ରତିବାଦ କରିଛନ୍ତି । ଲୋକମାନେ ଆଜି ସକାଳ ୮ ଟାରୁ ଏହି ଜାତୀୟ ରାଜପଥକୁ କଲେଜ ବାଏପାସ ଠାରେ ଅବରୋଧ କରି ତୁରନ୍ତ ରାସ୍ତା ମରାମତି ଦାବି କରିଥିଲେ ।

ଫଳରେ ଏହି ଜାତୀୟ ରାଜପଥ ଯୋଗାଯୋଗ କରୁଥିବା ରାଜ୍ୟର ଦୁଇ ପ୍ରମୁଖ ବାଣିଜ୍ୟସ୍ଥଳୀ କଟକ ଓ ସମ୍ବଲପୁର ମଧ୍ୟରେ ଗାଡି ଚଳାଚଳ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଥିଲା । ଆନ୍ଦୋଳନ ସ୍ଥଳର ଉଭୟ ପାର୍ଶ୍ଵରେ ଶହଶହ ଗାଡି ମଟର ଛିଡ଼ାହୋଇ ରହିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଚାପା ଉତ୍ତେଜନା ଯୋଗୁଁ ଟାଉନ ପୋଲିସ ଓ ଏସଡିପିଏ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଏହାସହ ଲୋକଙ୍କୁ ବୁଝା ସୁଝା କରିଥିଲେ । ମାତ୍ର ରାସ୍ତା ମରାମତି ଆରମ୍ଭ ନ ହେବା ଯାଏଁ ରାସ୍ତା ଅବରୋଧରୁ ହଟିବେ ନାହିଁ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଥିଲେ । ପରେ ଘଟଣାସ୍ଥଳକୁ ଏସପି ଓ ଉପ ଜିଲ୍ଲାପାଳ ପହଞ୍ଚି ଠିକାଦାରଙ୍କ ଉପସ୍ଥିତିରେ ଲୋକଙ୍କ ସହ ଆଲୋଚନା କରିଥିଲେ । ପରେ ଠିକାଦାର କାମ ଆରମ୍ଭ କରିବାର ପ୍ରତିଶୃତି ପାଇ ଦୀର୍ଘ ୩ ଘଣ୍ଟା ପରେ ଆନ୍ଦୋଳନରୁ ହଟିଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.