ଢେଙ୍କାନାଳ: ଲକଡାଉନ ଶେଷ ହେବାକୁ ବସିଥିବା ବେଳେ ଏ ଯାଏଁ ପ୍ରଭାବିତଙ୍କ ପାଖରେ ପହଞ୍ଚିନି ସହାୟତା । ଏଭଳି ସ୍ଥିତିରେ ଢେଙ୍କାନାଳ ଭୂବନ ବ୍ଲକ ବ୍ରହ୍ମାନନ୍ଦ ଗ୍ରାମର ଅସହାୟ ଓ ଦିନ ମଜୁରୀଆଙ୍କ ଦୁଃଖ ବୁଝି ସେମାନଙ୍କୁ ଖାଦ୍ୟ ବାଣ୍ଟିଛନ୍ତି ଅବସରପ୍ରାପ୍ତ ଶିକ୍ଷକ ଗୋପବନ୍ଧୁ ମିଶ୍ର ।
କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପି ତାଲା ବନ୍ଦ ଜାରି । କାମ ମଧ୍ୟ ଠପ । ଏଥିଯୋଗୁଁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଦିନ ମଜୁରିଆ । ଏମାନଙ୍କ ପାଇଁ ସରକାର ଏତେ ସହାୟତା ଘୋଷଣା କଲେ କିନ୍ତୁ ଅସଲ ହିତାଧିକାରୀ ଭୋକିଲା । ଆଉ ଏମାନଙ୍କ ପାଇଁ ଦେବଦୂତ ସାଜି ପହଞ୍ଚିଛନ୍ତି ଗୋପବନ୍ଧୁ ।
।
ଏହି ଗାଁରେ ୧୬ଟି ପରିବାରର ପାଖାପାଖି ୭୫ ଜଣ ବସବାସ କରନ୍ତି । ମହାମାରୀ କୋରୋନା ମାଡରେ ଏମାନଙ୍କ ଭାତ ହାଣ୍ଡି ଭାଙ୍ଗିପଡିଛି । ପରିବାର ପୋଷଣ ପାଇିଁ ଦିନ ମଜୁରୀ ଏମାନଙ୍କ ବେଉସା ହୋଇଥିବାରୁ ବାହାରକୁ ବାହାରିବା କଡା କଟକଣା ଏମାନଙ୍କୁ ସମସ୍ୟାରେ ପକାଇ ଦେଇଛି।
ଫଳରେ ଏହି ଗାଁରେ ଲୋକେ ମାନେ ଭୋକ ଉପବାସ ରହୁଛନ୍ତି । ଏ ଖବର ପାଇ ଗୋପବନ୍ଧୁ କିଛି ସ୍ବେଚ୍ଛାସେବୀଙ୍କ ସହଯୋଗରେ ଏହି ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ସହ ସାବୁନ ଓ ରୁମାଲ ବଣ୍ଟନ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ