ETV Bharat / state

କଖାରୁର ଅଭାବୀ ବିକ୍ରି, ଚାଷୀ ମୁଣ୍ଡରେ ଚଡକ - ଚାଷୀ ମୁଣ୍ଡରେ ଚଡକ

ଆନନ୍ଦପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କଖାରୁର ଅଭାବୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଶହ ଶହ ଏକର ଜମିରେ ଚାଷ ହୋଇଥିବା କଖାରୁ କିଲୋଗ୍ରାମ ପ୍ରତି 2ଟଙ୍କା 3 ଟଙ୍କାରେ ବିକ୍ରି ହେଉଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : Aug 31, 2019, 10:41 PM IST

ଆନନ୍ଦପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ କଖାରୁର ଅଭାବୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଶହ ଶହ ଏକର ଜମିରେ ଚାଷ ହୋଇଥିବା କଖାରୁ କିଲୋଗ୍ରାମ ପ୍ରତି 2ଟଙ୍କା ରୁ 3 ଟଙ୍କାରେ ବିକ୍ରି ହେଉଛି । ଏପରିକି ଶହ ଶହ କ୍ବିଣ୍ଟାଲ କଖାରୁ ବିଲରେ ପଚିଯାଇଛି । ବେପାରୀମାନେ ନ ନେବାରୁ ରାସ୍ତା କଡରେ କଖାରୁ ଗଦା ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଏଭଳି ସ୍ଥିତିରେ ସରକାରୀ ସ୍ତରରେ ଶୀତଳ ଭଣ୍ଡାର ଟିଏ ବା କୃଷକ ବଜାର ଟିଏ ପ୍ରତିଷ୍ଠା ମଧ୍ୟ ହୋଇପାରି ନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର ମ୍ୟୁନିସିପାଲିଟି 1ନଂ ଓ 2ନଂ ଓ୍ବାର୍ଡ ଅନ୍ତର୍ଗତ ପଦ୍ମପୁର ଗାଁରେ ଗତ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏଠାକାର ଚାଷୀ କଖାରୁ ଓ ବିଭିନ୍ନ ପନିପରିବା ଚାଷ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ଏପରିକି ସେମାନେ ଜିଲ୍ଲା ବାହାରକୁ କଖାରୁ ସହ ଅନ୍ୟ ପନିପରିବା ରପ୍ତାନୀ କରି ଦୁଇ ପଇସା ଲାଭ ପାଇଥାନ୍ତି । ଲଗାଣ ବର୍ଷାରେ କଖାରୁ ନଷ୍ଟ ହେବା ସହ ଅଭାବୀ ବିକ୍ରି ଚାଷୀଙ୍କର ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି । କଖାରୁର ଅଭାବି ବିକ୍ରି ସାଙ୍ଗକୁ ବ୍ୟବସାୟୀଙ୍କ ଲାଭଖୋର ମନୋଭାବ ଓ ସରକାରଙ୍କ ଉଦାସୀନତା ଚାଷୀଙ୍କ ପାଇଁ ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି ।

ଦୀର୍ଘବର୍ଷ ହେବ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଏହି ଅଞ୍ଚଳର ଚାଷୀ ମାନେ ଦାବିକରି ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଆଉ ମଧ୍ୟ ବିକ୍ରି ପାଇଁ କୃଷକ ବଜାର ସୃଷ୍ଟି କରିବା କିମ୍ବା ସୋସାଇଟି ମାଧ୍ୟମରେ ବିକ୍ରି ସୁବିଧା କରାଯାଇ ନାହିଁ । ଯାହା ଦ୍ବାରା ଚାଷୀମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ବିଷୟରେ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ଉପର ଅଧିକାରୀ ମାନଙ୍କୁ ଚିଠି ମାଧ୍ୟମରେ ପଦକ୍ଷେପ ନେବାକୁ କୁହାଯାଇଥିବା ପ୍ରକାଶ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:300819_AND_PKG_PUMKIN_Smruti Ranjan bihari

ଆଙ୍କର-ଜିଲ୍ଲାରେ ବିଲାତି ଅଭାବି ବିକ୍ରି ପରେ ଏବେ ବୋଇତାଳୁ ପାଳି। କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଆନନ୍ଦପୁର ଉପଖଣ୍ଡରେ ଶତାଧିକ ଚାଷୀ ଶହ ଶହ ଏକର ଜମିରେ ଧାର କରଜ କରି ଚଳିତ ବର୍ଷ ବୋଇତାଳୁ ଚାଷ କରିଥିଲେ। ମାତ୍ର ବୋଇତାଳୁ ର ଅଭାବି ବିକ୍ରି, ବେବସାୟୀଙ୍କ ଲାଭଖୋର ମାନଭାବ ସାଙ୍ଗକୁ ସରକାରଙ୍କ ଉଦାସୀନତା ଯୋଗୁଁ ଏବେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବୋଇତାଳୁ ବିକ୍ରିକରି ଲାଭ କରିବା ତ ଦୂରର କଥା ବର୍ତ୍ତମାନ ଜମିରେ ବୋଇତାଳୁ ସବୁ ପଡି ରହି ନଷ୍ଟ ହୋଇଯାଇଥିବାର ଚିତ୍ର ଦେଖିବାକୁ ମିଳିଛି।

ଭିଓ-୧-ଏ ହେଉଛି ଆନନ୍ଦପୁର ମୁନିସିପାଇଟି ୧ ନଂ ଓ ୨ ଉର୍ଡ଼ ଅନ୍ତର୍ଗତ ପଦ୍ମପୁର ଗାଁ ର ଦୃଶ୍ୟ। ବିଗତ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏଠାକାର ଚାଷୀ ବୋଇତାଳୁ ଚାଷ ଓ ବିଭିନ୍ନ ପନିପରିବା ଚାଷ କରି ନିଜର ଜୀବିକା ନିର୍ବାହ କରିବା ସହ ଜିଲ୍ଲା ବାହାରକୁ ବୋଇତାଳୁ ସହ ଅନ୍ୟ ପନିପରିବା ରପ୍ତାନୀ କରି ଦୁଇ ପଇସା ଲାଭ ପାଇଥାନ୍ତି। ଏଇ ଲଗାଣ ବର୍ଷା ଯୋଗୁଁ ଚଳିତ ବର୍ଷ ପରିସ୍ଥିତି ଚାଷୀଙ୍କର ମେରୁଦଣ୍ଡ ସମ୍ପୃନ ଭାଙ୍ଗି ଦେଇଛି। ବୋଇତାଳୁ ର ଅଭାବି ବିକ୍ରି ସାଙ୍ଗକୁ ,ବେବସାୟୀଙ୍କ ଲାଭଖୋର ମୋନଭାବ ଓ ସରକାରଙ୍କ ଉଦାସୀନତା ଚାଷୀଙ୍କପାଇଁ ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି। ବର୍ତ୍ତମାନ ଏହି ଚାଷ ଉପରେ ନିର୍ଭର କରି ବର୍ଷସାରା ଗୁଜୁରାଣ ମେଣ୍ଟାଉଥିବା ଚାଷୀ ପରିବାର କିଭଳି ପ୍ରତିପୋଷଣ କରିବ ସେନେଇ ଚିନ୍ତାରେ।

ଭିଓ-୨-ଦୀର୍ଘ ବର୍ଷ ହେବ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଏହି ଅଞ୍ଚଳର ଚାଷୀ ମାନେ ଦାବିକରି ଆସୁଥିଲେ ମଧ୍ୟ୍ୟ ଏ ପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଚାଷୀମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଆଉ ମଧ୍ୟ ବିକ୍ରି ବଟା ପାଇଁ କୃଷକ ବଜାର ସୃଷ୍ଟି କରିବା କିମ୍ବା ସୋସାଇଟି ମାଧ୍ୟମରେ ବିକ୍ରି ସୁବିଧା କରିବା ପାଇଁ ଦାବି ଥିବା ବେଳେ ଏବିଷୟରେ ଉଦ୍ୟାନବିଭାଗ ଅଧିକାରୀ ଙ୍କୁ ପଚାରିବାରୁ ଉପର ଅଧିକାରୀ ମାନଙ୍କୁ ଚିଠି ମାଧ୍ୟମରେ ଜଣାଯାଇଛି ପଦକ୍ଷେପନେବାପାଇଁ।

ଏଫଭିଓ-ଅଭାବି ବିକ୍ରି ଯୋଗୁଁ ଚାଷୀ ମୁଣ୍ଡରେ ଏବେ ଚଡକ ପଡିଥିବା ବେଳେ ଏହି ସମସ୍ୟାର ସମାଧାନ ନେଇ ସରକାର ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି। ଆନନ୍ଦପୁର ରୁ ସ୍ମୃତି ରଞ୍ଜନ ବିହାରୀ ଈଟିଭି ଭାରତ

ବାଇଟି-୧-ସୁରେଶ ପୃଷ୍ଟି(ଚାଷୀ)
ବାଇଟି-୨-ମାଧବ ସାହୁ(ଚାଷୀ)
ବାଇଟି-୩-ଭାବ ପଣ୍ଡା(ଚାଷୀ)
ବାଇଟି-୪-ସୁକାନ୍ତ ନାୟକ(ଉଦ୍ୟାନବିଭାଗ ଅଧିକାରୀ,ଆନନ୍ଦପୁର)
Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.