ETV Bharat / state

ଢେଙ୍କାନାଳ ସମବାୟ ସମିତି କାର୍ଯ୍ୟାଳୟରେ ତାଲା

author img

By

Published : Mar 2, 2021, 10:03 PM IST

Updated : Mar 2, 2021, 10:28 PM IST

ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଢେଙ୍କାନାଳ ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ । ଅଧିକ ପଢନ୍ତୁ....

ଢେଙ୍କାନାଳ ସମବାୟ ସମିତି କାର୍ଯ୍ୟାଳୟରେ ତାଲା
ଢେଙ୍କାନାଳ ସମବାୟ ସମିତି କାର୍ଯ୍ୟାଳୟରେ ତାଲା

ଢେଙ୍କାନାଳ: ଜିଲ୍ଲା ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ । ଭୁବନ ବ୍ଲକ ମୃଦଙ୍ଗା ପଞ୍ଚାୟତର ଶତାଧିକ ଚାଷୀ ମଣ୍ଡିରେ ଧାନ ନ ଉଠିବାରୁ ସେବା ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସି ରହିଛନ୍ତି ଚାଷୀ ।

ଢେଙ୍କାନାଳ ସମବାୟ ସମିତି କାର୍ଯ୍ୟାଳୟରେ ତାଲା
ସୂଚନା ଅନୁଯାୟୀ ମୃଦଙ୍ଗା ସମବାୟ ସମିତିରେ ଚଳିତ ବର୍ଷ ୧୨ ଶହରୁ ଊର୍ଦ୍ଧ୍ୱ ଚାଷୀ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜିକୃତ କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ୮୨୩ ଜଣ ଚାଷୀଙ୍କର ଧାନମଣ୍ଡିରେ ବିକ୍ରି ହୋଇ ଥିବାବେଳେ ଆଉ ବଳକା ଚାଷୀ ଏବେ ଧାନ ବିକ୍ରି କରିପାରି ନାହାଁନ୍ତି । ତେବେ ଫେବୃଆରୀ ୧ ଓ ୨ ତାରିଖରେ ଯେଉଁ ଚାଷୀମାନଙ୍କୁ ମଣ୍ଡିରେ ଧାନ ବିକ୍ରି କରିବାକୁ ମେସେଜ ଦିଆଯାଇଥିଲା ସେମାନେ ଏବେ ହନ୍ତସନ୍ତ । ନା ମିଲର ଧାନ ନେଉଛନ୍ତି ନା ସମ୍ପାଦକ ସେବା ସମବାୟ କାର୍ଯ୍ୟାଳୟ ଖୋଲୁଛି ।

ଫେବୃଆରୀ ମାସ ଯାଇ ମାର୍ଚ୍ଚ ମାସ ହେଲାଣି ସମ୍ପାଦକଙ୍କ ଦେଖାନାହିଁ । ତେଣୁ ମୃଦଙ୍ଗା ପଞ୍ଚାୟତର ଶତାଧିକ ଚାଷୀ ସେବା ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସି ରହିଥିବା ଜଣାପଡିଛି । ଯେପର୍ଯ୍ୟନ୍ତ ସମସ୍ୟାର ସମାଧାନ ନ ହୋଇଛି ସେପର୍ଯ୍ୟନ୍ତ ଧାରଣାରେ ବସିରହିବେ ବୋଲି ଚାଷୀ କହିବା ସହ ଆତ୍ମହତ୍ୟା କରିବାକୁ ମଧ୍ୟ ଧମକ ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Mar 2, 2021, 10:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.