ETV Bharat / state

ଢେଙ୍କାନାଳରେ ୩ ଦଫା ଦାବି ନେଇ ଶିକ୍ଷକଙ୍କ ଆନ୍ଦୋଳନ - kamakhyangar teacher protest news

ରାଜ୍ୟରେ ଶିକ୍ଷକ ମାନଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଢେଙ୍କାନାଳ ଜିଲ୍ଲାର ମଧ୍ୟ ଆରମ୍ଭ ହୋଇଛି ଶିକ୍ଷକ ଆନ୍ଦୋଳନ । କାମାକ୍ଷାନଗର ଏବଂ ଭୁବନ ବ୍ଲକରେ ଶିକ୍ଷକ ସଂଘ ତରଫରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ

୩ଦଫା ଦାବି ନେଇ ଶିକ୍ଷକମାନଙ୍କ ଆନ୍ଦୋଳନ
୩ଦଫା ଦାବି ନେଇ ଶିକ୍ଷକମାନଙ୍କ ଆନ୍ଦୋଳନ
author img

By ETV Bharat Odisha Team

Published : Sep 16, 2023, 7:45 AM IST

୩ଦଫା ଦାବି ନେଇ ଶିକ୍ଷକମାନଙ୍କ ଆନ୍ଦୋଳନ

ଢେଙ୍କାନାଳ: ସାରା ରାଜ୍ୟରେ ଶିକ୍ଷକମାନଙ୍କ ଆନ୍ଦୋଳନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲାର ମଧ୍ୟ ଆରମ୍ଭ ହୋଇଛି ଶିକ୍ଷକ ଆନ୍ଦୋଳନ । ୩ ଦଫା ଦାବି ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଚଳିତ ମାସ ୮ ତାରିଖରୁ ଆରମ୍ଭ ହୋଇଛିି ଶିକ୍ଷକ ଆନ୍ଦୋଳନ । ଗତକାଲି କାମାକ୍ଷାନଗର ଶିକ୍ଷକ ସଂଘ ତରଫରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ଶିକ୍ଷକମାନଙ୍କ ମୁଖ୍ୟ ଦାବି ହେଲା ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ, ସମସ୍ତ ବର୍ଗର ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ, ନୂତନ ପେନ୍‌ସନ ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରିବା ।

ଦୀର୍ଘ ଦିନ ହେବ ସରକାରଙ୍କ ପାଖରେ ନିଜ ଦାବି ରଖୁଥିଲେ ମଧ୍ୟ ସରକାର କର୍ଣ୍ଣପାତ ନ କରିବାରୁ ବର୍ତ୍ତମାନ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିକ୍ଷକ ସମାଜ । ପୂର୍ବରୁ ବିଭିନ୍ନ ପଞ୍ଚାୟତର ଶତାଧିକ ବିଭିନ୍ନ ବର୍ଗର ଶିକ୍ଷକ ବିଭିନ୍ନ ଦାବି ନେଇ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ ଫେରାଦ ହେବା ସହ ଦାବି ପୂରଣ ପାଇଁ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହେଲେ ରାଜ୍ୟ ସରକାର ତାଙ୍କର ଦାବି ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଫଳରେ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନକୁ ବାଧ୍ୟ ହୋଇ ବନ୍ଦ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାଫଳରେ ଲକ୍ଷ ଲକ୍ଷ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ପିପିଲିରେ ଶିକ୍ଷକ ଆନ୍ଦୋଳନକୁ BJP ମୁଖପାତ୍ର ସମ୍ବିତଙ୍କ ସମର୍ଥନ, ବିଧାନସଭାରେ ଦାବି ଉଠାଇବାକୁ ଦେଲେ ପ୍ରତିଶ୍ରୁତି

ସେହିପରି ଭୁବନ ବ୍ଲକରେ ମଧ୍ୟ ୩ ଦଫା ଦାବି ନେଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀମାନେ ଧାରଣାରେ ବସିଛନ୍ତି l ଯାହାଫଳରେ ଛାତ୍ରଛାତ୍ରୀ ମାନଙ୍କର ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଥିବା ପରିଲକ୍ଷିତ ହେଉଛି । କେଉଁଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ତ କେଉଁଠାରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି । ଭୁବନ ବ୍ଲକର ୧୨୪ ଟି ପ୍ରାଥମିକ ବିଦ୍ୟାଳୟର ୨୯୨ ଜଣ ଶିକ୍ଷକଶିକ୍ଷୟତ୍ରୀ ମାନେ ସାମୁହିକ ଛୁଟ ନେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ନାରା ବାଜି କରିଛନ୍ତି । ତେବେ ଯେଉଁ ପର୍ଯ୍ୟନ୍ତ ସରକାର ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ଦାବି ପୂରଣ ନ କରାଯାଇଛି ,ସେ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ । ଆନ୍ଦୋଳନ ବେଳେ ଜଣେ ଶିକ୍ଷକ ଅଚେତ ହୋଇ ପଡ଼ିଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ

ଇଟିଭି ଭାରତ,ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.