ETV Bharat / state

ପୁଣି ଜନନୀ ଯନ୍ତ୍ରଣା, ୨ କିମି ଚାଲିଲେ ଗର୍ଭବତୀ - ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଏକୁଲ ଗ୍ରାମରେ

ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ସଡକ ନଥିବାରୁ ୨ କିମି ଚାଲିଲେ ଗର୍ଭବତୀ । ଅଧିକ ପଢନ୍ତୁ

ପୁଣି ଜନନୀ ଯନ୍ତ୍ରଣା
ପୁଣି ଜନନୀ ଯନ୍ତ୍ରଣା
author img

By

Published : Oct 10, 2022, 7:26 AM IST

ଢେଙ୍କାନାଳ: ପୁଣି ଜନନୀ ଯନ୍ତ୍ରଣା । ଗାଁରେ ରାସ୍ତା ନଥିବା ଯୋଗୁଁ 2 କିମି ଚାଲିଲେ ଗର୍ଭବତୀ । ରାଜ୍ୟ ସରକାର ବିକାଶ ଡିଣ୍ଡିମ ପିଟୁଥିବା ବେଳେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଏକୁଲ ଗ୍ରାମରେ । ପ୍ରସବ ବେଦନା ଅନୁଭବ ପରେ ଗର୍ଭବତୀ ଚାଲି ଚାଲି ଦୁଇ କିମି ଗଲା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚଥିଲେ ।

ପୁଣି ଜନନୀ ଯନ୍ତ୍ରଣା

ବହୁ କଷ୍ଟ ଯନ୍ତ୍ରଣା ସହି ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ପହଞ୍ଚିଲେ । ଦୁଃଖ ଓ ପରିତାପର ବିଷୟ ଉପଖଣ୍ଡ ମେଡିକାଲରେ ପ୍ରସୂତି ଡାକ୍ତର କେହି ନଥିଲେ । ତେଣୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରି କାମ ସାରିଦେଲେ । ତେବେ ଏତିକିରେ ଗର୍ଭବତୀଙ୍କ ଯନ୍ତ୍ରଣା ସରିନଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାପାଇଁ ଆମ୍ବୁଲାନ୍ସ ଡକାଗଲା । କିନ୍ତୁ ମେଡିକାଲ ବେଡରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାପାଇଁ ଷ୍ଟ୍ରେଚର ମିଳିନଥିଲା । ଫଳରେ ଗର୍ଭବତୀ ସହ ଆସିଥିବା ସମ୍ପର୍କିୟ ମହିଳା ଓ ଆଶା କର୍ମଚାରୀ ବୋହି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡିଥିଲା । ଏଭଳି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଏକୁଲ ଗ୍ରାମରେ । ଗ୍ରାମର ଗଣେଶ ଦେହୁରୀ ତାଙ୍କ ସ୍ତ୍ରୀ ତଅପୋଇ ଦେହୁରୀଙ୍କର ପ୍ରଥମ ଗର୍ଭ ଯନ୍ତ୍ରଣା ହୋଇଥିଲା । ତେଣୁ ପରିବାରଲୋକେ ଆଶା ଦିଦି ଜରିଆରେ ଆମ୍ବୁଲାନ୍ସ ଡକାଇଥିଲେ । ଆମ୍ବୁଲାନ୍ସ ଗାଁଠାରୁ ଦୁଇ କିମି ପଛ ପିଛୁଳି ନାଳ ପର୍ଯ୍ୟନ୍ତ ପହଞ୍ଚିଲା ।

ଏହା ମଧ୍ୟ ପଢନ୍ତୁ: ଗଜଲକ୍ଷ୍ମୀ ରୂପରେ ଦର୍ଶନ ଦେଲେ ମା' ଶାରଳା, ଭାବବିହ୍ବଳ ଭକ୍ତ

ସେପଟେ ପରିବାର ଲୋକେ ଗର୍ଭବତୀ ମହିଳାକୁ ଚଲାଇ ଚଲାଇ ନାଳ ଆରପଟେ ଥିବା ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ । ସେହିଠାରୁ ଗର୍ଭଯନ୍ତ୍ରଣାରେ ଛଟପଟ ହୋଇ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ପହଞ୍ଚିଥିଲେ । ଏଠାରେ ପ୍ରସୂତି କରାଇବା ପାଇଁ ଡାକ୍ତର କେହି ନଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିଦେଇ କାମ ସାରିଦେଲେ । ତେଣୁ ରୋଗୀ ପ୍ରସବ ବେଦନାରେ ଛଟପଟ ହୋଇ ଆଉ ଚାଲିବା ସମ୍ଭବପର ହେଲାନାହିଁ । ତେଣୁ ମେଡିକାଲରେ ଷ୍ଟ୍ରେଚର ଗୋଟେ ନମିଳିବାରୁ ଗର୍ଭବତୀ ସାଥିରେ ଆସିଥିବା ସମ୍ପର୍କିୟ ମହିଳା ଆଶା କର୍ମୀ ମିଶି ବୋହିକି ଆମ୍ବୁଲାନ୍ସରେ ପ୍ରସୂତିଙ୍କୁ ଢେଙ୍କାନାଳ ମୁଖ୍ୟଚିକିତ୍ସାଳୟକୁ ନେଇଥିଲେ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.