ETV Bharat / state

ଅମାନିଆଙ୍କୁ ସାବାଡ ପାଇଁ ଚକୁଳିଆ ପଣ୍ଡା ହେଲେ ପୋଲିସ ଅଧିକାରୀ - ଚକୁଳିଆ ପଣ୍ଡାଙ୍କ କୋରୋନା ସଚେତନତା

କୋରୋନା ନେଇ ଢେଙ୍କାନାଳବାସୀଙ୍କୁ ସଚେତନ କରିବା ପାଇଁ ଟାଉନ ପୋଲିସ ଆରମ୍ଭ କରିଛି ଅଭିନବ ପ୍ରୟାସ । ଚକୁଳିଆ ପଣ୍ଡା ବେଶରେ ଗୀତ ଗାଇ ସହରରେ ବୁଲିଛନ୍ତି ପୋଲିସ ବାବୁ ଓ ଲୋକଙ୍କୁ କୋରୋନା ନେଇ ବାଣ୍ଟିଛନ୍ତି ସଚେତନତା ବାର୍ତ୍ତା । ଅଧିକ ପଢ଼ନ୍ତୁ...

dhenkanal latest news, dhenkanal police finds new way of awareness, chakulia pamda awares people, police officer takes attire of chakulia panda, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍‌, ଢେଙ୍କାନାଳର ପୋଲିସଙ୍କ ନିଆରା ଉଦ୍ୟମ, ଚକୁଳିଆ ପଣ୍ଡାଙ୍କ କୋରୋନା ସଚେତନତା, ଚକୁଳିଆ ପଣ୍ଡା ହେଲେ ପୋଲିସ ଅଧିକାରୀ
ଅମାନିଆଙ୍କୁ ସାବାଡ ପାଇଁ ଚକୁଳିଆ ପଣ୍ଡା ହେଲେ ପୋଲିସ ଅଧିକାରୀ
author img

By

Published : Apr 21, 2020, 1:31 AM IST

ଢେଙ୍କାନାଳ: କୋରୋନା ନେଇ ଢେଙ୍କାନାଳବାସୀଙ୍କୁ ସଚେତନ କରିବା ପାଇଁ ଟାଉନ ପୋଲିସ ଆରମ୍ଭ କରିଛି ଅଭିନବ ପ୍ରୟାସ । ଚକୁଳିଆ ପଣ୍ଡା ବେଶରେ ଗୀତ ଗାଇ ସହରରେ ବୁଲିଛନ୍ତି ପୋଲିସ ବାବୁ ଓ ଲୋକଙ୍କୁ କୋରୋନା ନେଇ ବାଣ୍ଟିଛନ୍ତି ସଚେତନତା ବାର୍ତ୍ତା । କୋରୋନା ପରିସ୍ଥିତି ପାଇଁ ଲକଡାଉନ ଅବଧି ବଢିଥିବା ବେଳେ ସାଧାରଣ ଲୋକେ ବାହାରକୁ ଯିବା ନେଇ ଢେଙ୍କାନାଳରେ କଟକଣାକୁ ସାମାନ୍ୟ କୋହଳ କରାଯାଇଛି ।

ଅମାନିଆଙ୍କୁ ସାବାଡ ପାଇଁ ଚକୁଳିଆ ପଣ୍ଡା ହେଲେ ପୋଲିସ ଅଧିକାରୀ

କଟକଣା କୋହଳ ସତ୍ତ୍ବେ କୋରୋନା ସଂକ୍ରମଣ ଆଶଙ୍କା ରହିଥିବାରୁ ଲୋକମାନଙ୍କୁ ସଚେତନ କରିବା ପାଇିଁ ଢେଙ୍କାନାଳରେ ଟାଉନ ଥାନା ପୋଲିସ ବ୍ୟକ୍ତିଗତ ଭାବେ ଉଦ୍ୟମ କରିଛି । ଏଥିପାଇଁ ପୋଲିସ କର୍ମଚାରୀମାନଙ୍କୁ ଚକୁଳିଆ ପଣ୍ଡା ବେଶ ଧାରଣ କରି ସହରରେ ବୁଲି ବୁଲି ଗୀତ ଗାଉଥିବା ଦେଖିବାକୁ ମିଳିଛି । ଏହି ଚକୁଳିଆ ପଣ୍ଡା କୋରୋନା ସମ୍ପର୍କରେ ସଚେତନତାମୂଳକ ଗୀତ ଗାଇ ଗାଇ ସହର ପରିକ୍ରମା କରୁଥିବା ଦେଖା ଯାଇଛି ।

ତେବେ କଟକଣା ସତ୍ତ୍ବେ କିଛି ଲୋକ ଅମାନିଆ ହେଉଥିବାରୁ ସେମାନଙ୍କ ଉଦ୍ଦେଶ୍ୟରେ ଏପରି ନିଆରା ପଦକ୍ଷେପ ନିଆଯାଉଥିବା ପ୍ରକାଶ କରିଛନ୍ତି ଚକୁଳିଆ ପଣ୍ଡା ବେଶ ଧାରଣ କରିଥିବା ପୋଲିସ କର୍ମଚାରୀ । ଗୋଟିଏ ପଟେ ମହାମାରୀ କୋରନାକୁ ପରାସ୍ତ କରିବାକୁ ଚାଲିଥିବା ଏହି ମହା ସଂଗ୍ରାମରେ ପୋଲିସ ପ୍ରମୁଖ ଯୋଦ୍ଧା ସାଜିଛି । ତଥାପି ଅମାନିଆ ମଣିଷକୁ ମନାଇବା ପାଇଁ ପୁଲିସର ଏଭଳି ଅଭିନବ ପ୍ରୟାସକୁ ସାଧାରଣରେ ବେଶ ସ୍ବାଗତ କରିଛନ୍ତି ଢେଙ୍କାନାଳବାସୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.