ETV Bharat / state

ଢେଙ୍କାନାଳ OSAP ପ୍ରଥମ ବାଟାଲିୟନରେ ପୋଲିସ ଶହୀଦ ଦିବସ ପାଳିତ

author img

By

Published : Oct 22, 2022, 10:11 AM IST

ଢେଙ୍କାନାଳ ଓଏସଏପି ପ୍ରଥମ ବାଟାଲିୟନରେ ୬୩ ତମ ପୋଲିସ ଶହୀଦ ଦିବସ ପାଳିତ । ଅଧିକ ପଢନ୍ତୁ

ଢେଙ୍କାନାଳ ଓଏସଏପି ପ୍ରଥମ ବାଟାଲିୟନରେ ପୋଲିସ ଶହୀଦ ଦିବସ ପାଳିତ

ଢେଙ୍କାନାଳ: ଗତକାଲି ଥିଲା ୬୩ ତମ ପୋଲିସ ଶହୀଦ ଦିବସ । ଢେଙ୍କାନାଳ ଓଏସଏପି(Odisha Special Police Armed Battalion) ପ୍ରଥମ ବାଟାଲିୟନରେ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ସରଖିଆ ସ୍ଥିତ ଏହି ବାଟାଲିୟନ ପରିସରରେ ଆୟୋଜିତ ପରେଡ଼ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଏସଏପି ପ୍ରଥମ ବାଟାଲୀୟନର କମାଣ୍ଡିଂ ଇନ ଇନଚାର୍ଜ ସୁନୀଲ କୁମାର ବେହେରା ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ । ଦେଶମାତୃକା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।

ସେହିପରି ଶହୀଦ ହୋଇଥିବା ଆରକ୍ଷୀ ମାନଙ୍କ ବୀରତ୍ବର ଗାଥାର ସ୍ମୃତି ଚାରଣ କରିଥିଲେ ଦୁର୍ଗାପତି ସୁନୀଲ କୁମାର ବେହେରା । ଏହା ପରେ ପ୍ରତ୍ୟେକ ପୋଲିସ କର୍ମୀ ନିଜର କର୍ତ୍ତବ୍ୟ, ନିଷ୍ଠା, ସାହାସିକତା ଓ ଶୃଙ୍ଖଳାର ସହ ନିଜର ଦାୟିତ୍ବ ସମ୍ପନ୍ନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବାଟାଲୀୟନର ସମସ୍ତ କର୍ମଚାରୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବୌଦ୍ଧରେ ପୋଲିସ ଶହୀଦ ଦିବସ ପାଳିତ, ଦୁଇ ଶହୀଦଙ୍କ ପିତାଙ୍କୁ ସମ୍ବର୍ଦ୍ଧିତ କଲେ ଏସପି

ଏନେଇ ଓଏସଏପି ପ୍ରଥମ ବାଟାଲୀୟନର କମାଣ୍ଡିଂ ଇନ ଇନଚାର୍ଜ ସୁନୀଲ କୁମାର ବେହେରା କହିଛନ୍ତି,''ଆଜି ହେଉଛି ପୋଲିସ ଶହୀଦ ଦିବସ, ପ୍ରତି ବର୍ଷ ସବୁ ଜିଲ୍ଲାରେ ପୋଲିସ ଦିବସ ପାଳନ କରାଯାଏ । ଯେଉଁ ପୋଲିସ କର୍ମୀ ମାନେ ଦେଶମାତୃକାର ସେବା କରି ଶହୀଦ ହୋଇଛନ୍ତି ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଥିବା’’ କହିଥିଲେ କମାଣ୍ଡର ଇନଚାର୍ଜ। ସେହିପରି ରାଜ୍ୟରେ ଆଜି ବିଭିନ୍ନ ଜିଲ୍ଲାରେ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି ।

ଇଟିଭି ଭାରତ,ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.