ଢେଙ୍କାନାଳ: ପାଠ ପଢିବାକୁ ଯାଇଥିବାବେଳେ ଛାତରୁ ଖସିଲା କଂକ୍ରିଟ । ଅଳ୍ପକେ ବର୍ତ୍ତିଲେ କୁନିକୁନି ଅଙ୍ଗନୱାଡ଼ି ଛାତ୍ରଛାତ୍ରୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାରୁ ମିଳିଛି ଭୁବନ ବ୍ଲକ ବାରୁଆଁ ପଞ୍ଚାୟତ ଅନ୍ତର୍ଗତ କାଇଁଶିରୀ ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରରେ ।
ସୂଚନା ଅନୁସାରେ ଆଜି(ସୋମବାର) ସକାଳ ସମୟରେ ଅଙ୍ଗନୱାଡି କର୍ମୀ ନିଳୀମା ପରିଡା ୧୪ ଜଣ ଛାତ୍ରଛାତ୍ରୀଙ୍କୁ ନେଇ କେନ୍ଦ୍ର ମଧ୍ୟରେ ପ୍ରବେଶ କରୁଥିବା ସମୟରେ ଛାତରୁ କଂକ୍ରିଟ ଖସିଥିଲା । ତେବେ ତାଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ କୁନିକୁନି ଛାତ୍ରଛାତ୍ରୀ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣା ପଡିଛି । ଖବର ପାଇ ଭୁବନ ଶିଶୁ ମଙ୍ଗଳ ଅଧିକାରୀ ନିର୍ମଳା ସେଠୀ କାଇଁଶିରୀ ଅଙ୍ଗନୱାଡ଼ି କେନ୍ଦ୍ରରେ ପହଞ୍ଚି ଘଟଣା ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି । ତେବେ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଏଭଳି ଘଟିଥିବା ନେଇ ସାଧାରଣରେ ଅଶାନ୍ତି ଦେଖା ଦେଇଛି ।
ଇଟିଭି ଭାରତ, ଢେଙ୍କାନାଳ