ETV Bharat / state

ବଳିଷ୍ଠ ମୁଷ୍ଟିମେୟଙ୍କ କବଜାରେ ବସୁନ୍ଧରା ଯୋଜନା !

ବାସହୀନ ପରିବାର ମାନଙ୍କୁ ସରକାରଙ୍କ ବସୁନ୍ଧରା ଯୋଜନାରେ ଥଇଥାନ ପାଇଁ ମିଳିଥିଲା ଗୁଣ୍ଠିକିଆ ପଟ୍ଟା । ମାତ୍ର ଲୋକଙ୍କ ପାଖରେ ଅର୍ଥାଭାବରୁ ଘର କରିନପାରି ପଟ୍ଟା ଧରି ବସିଛନ୍ତି । ମାତ୍ର ସେପଟେ ସରକାରଙ୍କ ପାଖରୁ ମିଳିଥିବା ଏହି ଗୁଣ୍ଠିକିଆ ଜାଗାକୁ ଜବରଦଖଲ କରି ନେଇଛନ୍ତି ମୁଷ୍ଟିମେୟ ଲୋକ । ଅଧିକ ପଢନ୍ତୁ

ବଳିଷ୍ଠ ମୁଷ୍ଟିମେୟଙ୍କ କବଜାରେ ବସୁନ୍ଧରା ଯୋଜନା

author img

By

Published : Dec 5, 2021, 9:40 PM IST

ଢେଙ୍କାନାଳ: ବାସହୀନ ପରିବାର ମାନଙ୍କୁ ସରକାରଙ୍କ ବସୁନ୍ଧରା ଯୋଜନାରେ ଥଇଥାନ ପାଇଁ ମିଳିଥିଲା ଗୁଣ୍ଠିକିଆ ପଟ୍ଟା । ମାତ୍ର ଲୋକଙ୍କ ପାଖରେ ଅର୍ଥାଭାବରୁ ଘର କରିନପାରି ପଟ୍ଟା ଧରି ବସିଛନ୍ତି । ମାତ୍ର ସେପଟେ ସରକାରଙ୍କ ପାଖରୁ ମିଳିଥିବା ଏହି ଗୁଣ୍ଠିକିଆ ଜାଗାକୁ ଜବରଦଖଲ କରି ନେଇଛନ୍ତି ମୁଷ୍ଟିମେୟ ଲୋକ । ଫଳରେ ଏହି ଗରିବ ବାସହୀନ ପରିବାର ଗୁଡିକ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ଏପରି ଅଭାନୀୟ ପରିସ୍ଥିତି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ରାଇତୈଳା ପଞ୍ଚାୟତର କୋକେଇଦା ଗ୍ରାମରେ ।

ବଳିଷ୍ଠ ମୁଷ୍ଟିମେୟଙ୍କ କବଜାରେ ବସୁନ୍ଧରା ଯୋଜନା

ସୂଚନା ମୁତାବକ, କୋକେଇଦା ଗ୍ରାମର ୧୦ଟି ବାସହୀନ ପରିବାରକୁ ସରକାରଙ୍କ ପକ୍ଷରୁ ଗତ ୨୦୦୪ ମସିହାରେ ଏହି ଗୁଣ୍ଠିକିଆ ପଟ୍ଟା ମିଳିଥିଲା । ମାତ୍ର ଇତିମଧ୍ୟରେ ୧୭ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ କରି ଦଖଲ ଦେବାରେ ଗୁରୁତ୍ବ ଦିଆଯାଇ ନାହିଁ । ଏଥିପାଇଁ ଅଫିସରୁ ଅଫିସ ଧାଇଁ ଧାଇଁ ଏହି ଗରିବ ଅସହାୟ ପରିବାର ଗୁଡିକ ନିରାଶ ହୋଇପଡିଛନ୍ତି । ଏହାର ସୁଯୋଗରେ ଏହି ଅଞ୍ଚଳର କିଛି ମୁଷ୍ଟିମେୟ ଲୋକ ଏହି ଜାଗା ସବୁକୁ ଜବରଦଖଲ କରିନେଇଥିଲେ । ମାତ୍ର ଅଭିଯୋଗ ପରେ ସ୍ଥାନୀୟ ଗନ୍ଦିଆ ଥାନା ପୋଲିସ ଓ ତହସିଲଦାରଙ୍କ ହସ୍ତକ୍ଷେପରେ ଜବର ଦଖଲ ଉଚ୍ଛେଦ କରି ସିମେଣ୍ଟ ଖୁଣ୍ଟ ପୋତି ଜାଗାକୁ ଚିହ୍ନଟ କରିବା ପରେ ଏହି ପରିବାର ମନରେ ନୂତନ ଆଶା ସଂଚାର ହୋଇଥିଲା ।

କିନ୍ତୁ, ପରିତାପର ବିଷୟ ପୂନର୍ବାର ପୋଲିସ ପ୍ରଶାସନ ଓ ତହସିଲ ପ୍ରଶସନକୁ ଚ୍ୟାଲେଞ୍ଜ କରି ଏହି ମୁଷ୍ଟିମେୟ ଜବର ଦଖଲକାରୀ ଲୋକମାନେ ଚିହ୍ନଟ ଜାଗାକୁ ବଳପୂର୍ବକ ସିମେଣ୍ଟ ଖୁଣ୍ଟି ଗୁଡ଼ିକୁ ଉପାଡି ପୁଣି ଜବରଦଖଲ ଆରମ୍ଭ କରିଛନ୍ତି । ଫଳରେ ପଟ୍ଟା ପାଇଥିବା ଏହି ହତାଶ ବାସହୀନ ନିରିହ ପରିବାର ଗୁଡିକ ଗନ୍ଦିଆ ତହସିଲ ଅଫିସ ଯାଇ ତହସିଲଦାରଙ୍କ ଦ୍ବାରସ୍ଥ ହୋଇ ଜାଗାକୁ ଜବରଦଖଲ କାରୀଙ୍କ କବଳରୁ ଉଚ୍ଛେଦ କରିବାକୁ ଗୁହାରି କରିଛନ୍ତି । ତେବେ ତହସିଲଦାର ଜବରଦଖଲକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପ୍ରତିଶୃତି ଦେଇଥିବା ଜଣାପଡିଛି । ଏପରି ସ୍ଥଳେ ଏହି ଗରିବ ବାସହୀନ ପଟ୍ଟାଧରୀମାନେ ଏବେ ତାଙ୍କ ଜାଗା ଖଣ୍ଡକ ପାଇଁ ଚାହିଁ ରହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.