ETV Bharat / state

ଓପିଟିସିଏଲ ମଜଦୁର କର୍ମଚାରୀଙ୍କ କଳାବ୍ୟାଚ ପରିଧାନ କରି ପ୍ରତିବାଦ

ଢେଙ୍କାନାଳରେ ଓପିଟିସିଏଲ ଅଧୀନରେ କାର୍ଯ୍ୟରତ ଆଇଟିଆଇ ଓ ଜୁନିୟର ଟେକ୍ନିସିଆନ କର୍ମଚାରୀଙ୍କ ପ୍ରତିବାଦ । ପଦୋନ୍ନତି, ବରିଷ୍ଠତା ତାଲିକା ସଂଶୋଧନ ଦାବିରେ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିଛନ୍ତି । ଅଧିକ ପଢନ୍ତୁ...

ଓପିଟିସିଏଲ ମଜଦୂର କର୍ମଚାରୀଙ୍କ କଳାବ୍ୟାଚ ପରିଧାନ କରି ପ୍ରତିବାଦ

author img

By

Published : Aug 25, 2020, 5:49 PM IST

ଢେଙ୍କାନାଳ : ଓପିଟିସିଏଲ ମଜଦୁର କର୍ମଚାରୀଙ୍କ କଳାବ୍ୟାଚ ପରିଧାନ କରି ପ୍ରତିବାଦ । ଦାବି ପୂରଣ ନହେଲେ ଆସନ୍ତା ୨୮ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ଓପିଟିସିଏଲ ମଜଦୁର କର୍ମଚାରୀ ।

ଓପିଟିସିଏଲ ମଜଦୂର କର୍ମଚାରୀଙ୍କ କଳାବ୍ୟାଚ ପରିଧାନ କରି ପ୍ରତିବାଦ

ଓଡିଶା ଶକ୍ତି ସଞ୍ଚରଣ ନିଗମ ଲିମିଟେଡ (ଓପିଟିସିଏଲ) ଅଧୀନରେ କାର୍ଯ୍ୟରତ ଆଇଟିଆଇ ଓ ଜୁନିୟର ଟେକ୍ନିସିଆନ କର୍ମଚାରୀମାନେ କଳାବ୍ୟାଚ ପରିଧାନ କରି ପ୍ରତିବାଦ ଆରମ୍ଭ କରିଛନ୍ତି । ରାଜ୍ୟ ସଂଘ ଆହ୍ବାନରେ ମଙ୍ଗଳବାର ଠାରୁ ଢେଙ୍କାନାଳ ଜିଲ୍ଲାରେ ମଜଦୁର କର୍ମଚାରୀମାନେ ମେରମୁଣ୍ଡାଳିସ୍ଥିତ ଗ୍ରୀଡ଼ ଠାରେ କୋଭିଡ କଟକଣା ମଧ୍ୟରେ କଳା ବ୍ୟାଚ ପରିଧାନ କରି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ସେମାନଙ୍କର ପଦୋନ୍ନତି, ବରିଷ୍ଠତା ତାଲିକା ସଂଶୋଧନ ଆଦି ଆସନ୍ତା ୨୮ ତାରିଖ ସୁଦ୍ଧା ସମାଧାନ କରିବା ପାଇଁ ଦାବି କରିଛନ୍ତି । ଯଦି ଦାବି ପୂରଣ ନକରନ୍ତି, ତାହା ହେଲେ ଆସନ୍ତା ୨୮ ତାରିଖରୁ ସମସ୍ତେ ଅନଶନ କରିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.