ETV Bharat / state

ଢେଙ୍କାନାଳରେ ଦନ୍ତା ହାତୀ ଆକ୍ରମଣ, ଆଉ ଜଣେ ମୃତ - ହାତୀ ଆତଙ୍କରେ ଆଉ ଜଣେ ମୃତ

ଢେଙ୍କାନାଳ ଜିଲ୍ଲାରେ ପୁଣି ଦନ୍ତା ହାତୀ ଆକ୍ରମଣରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

One more man dead by elephant attack in Dhenkanal
ଢେଙ୍କାନାଳରେ ହାତୀ ଆକ୍ରମଣରେ ଆଉ ଜଣେ ମୃତ
author img

By

Published : Jan 26, 2021, 2:08 PM IST

ଢେଙ୍କାନାଳ: ଜିଲ୍ଲାର କପିଳାଶ ବନାଞ୍ଚଳରେ ଏକ ଦନ୍ତା ହାତୀ ଉପଦ୍ରଵ ଗତ କିଛି ଦିନ ହେଲା ଜାରି ରହିଛି । ଗତ ଦୁଇ ଦିନ ପୂର୍ବେ ଜଣେ ଚାଷୀଙ୍କୁ ଏହି ଦନ୍ତା ହାତୀଟି କଚାଡି ମାରିଥିବା ବେଳେ ପୁଣି ମଙ୍ଗଳବାର ଆଉ ଜଣଙ୍କୁ ମାରିଥିବା ଜଣାପଡିଛି ।

ଢେଙ୍କାନାଳରେ ହାତୀ ଆକ୍ରମଣରେ ଆଉ ଜଣେ ମୃତ

ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତି ହେଉଛନ୍ତି ବନସିଂହ ଗ୍ରାମର ଲକ୍ଷ୍ମଣ ମହାନ୍ତି ବୋଲି ଜଣାପଡିଛି । ଏହି ହାତୀ ଆକ୍ରମଣ ଦାମୋଦରନାଳୀ ଗ୍ରାମର ଧଉରାମରା ନିକଟରେ ହୋଇଛି । ମୃତ ଲକ୍ଷ୍ମଣ ତାଙ୍କ ଝିଅ ଘର ଦାମୋଦରନାଳୀକୁ ଆସିଥିଲେ । ମଙ୍ଗଳବାର ଭୋର ସମୟରେ ସେ ବାଡିପଛ ପାଖକୁ ଶୌଚ ହେବାକୁ ଯାଇଥିବାବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ ।

ଦନ୍ତା ତାଙ୍କୁ ଟେକି କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଏହି ଅଞ୍ଚଳରେ ଦନ୍ତା ହାତୀଟି ଏପରି ଉପଦ୍ରବ କରୁଥିଲେ ମଧ୍ୟ ବନବିଭାଗ ସଠିକ ପଦକ୍ଷେପ ନେଉନଥିବାରୁ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳକୁ ବନ କର୍ମଚାରୀ ଓ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.