ETV Bharat / state

ଦୀପାବଳିର ଅଘଟଣ: ବାଣ ଫୁଟି ଜଣେ ମୃତ, ୨ ଗୁରୁତର

author img

By

Published : Nov 4, 2021, 9:51 PM IST

ଦୀପାବଳିରେ ଘଟିଛି ଅଘଟଣ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବାରଦା ଗ୍ରାମରେ ବାଣ ଫୁଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

ଦୀପାବଳୀର ଅଘଟଣ: ବାଣ ଫୁଟି ଜଣେ ମୃତ, ୨ ଗୁରୁତର

ଢେଙ୍କାନାଳ: ଦୀପାବଳିରେ ଘଟିଲା ଅଘଟଣ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବାରଦା ଗ୍ରାମରେ ବାଣ ଫୁଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ବାରଦା ଗ୍ରାମର ମହେଶ୍ଵର ମହାରଣା । ଗୁରୁତର ଦୁଇଜଣ ଉକ୍ତ ଗ୍ରାମର ବିରେନ ନାୟକ ଓ ପ୍ରଶନ୍ନ ବ୍ରହ୍ମ ବୋଲି ଜଣାପଡିଛି । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଅନ୍ୟପଟେ ବାରଦା ଗ୍ରାମ ସ୍କୁଲ ପଡ଼ିଆରେ ଏହି ବାଣ ବିସ୍ଫୋରଣ ଘଟିଥିବାବେଳେ କୌଣସି ଘରଦ୍ୱାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ଏହି ଅଞ୍ଚଳରେ ଜଙ୍ଗଲୀ ବାରହା ମାନଙ୍କ ଉପଦ୍ରବ କରିଥିବାରୁ କିଛି ଯୁବକ ମାନେ ବାରାହା ଦାଉରୁ ଫସଲ ସୁରକ୍ଷା ନେଇ ଫୁଟାଇବାକୁ ଏହି ବାଣ ନେଇ ଯାଉଥିବା ବେଳେ ଅସାବଧାନତାବଶତଃ ଖସିପଡି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଇଛି ।

ତେବେ ଦୀପାବଳି ଅବସରରେ ବାଣ ଫୁଟାଇବା ଉପରେ କଡା କଟକଣା ରହିଥିବା ବେଳେ କିପରି ଓ କେଉଁ ପରିସ୍ଥିତିରେ ଏହି ବିସ୍ଫୋରଣ ଘଟିଲା ସେନେଇ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.