ETV Bharat / state

ଟ୍ରକ ଚାପାରେ ବୃଦ୍ଧଙ୍କ ମୃତ୍ୟୁ, ଡ୍ରାଇଭର ଅଟକ

author img

By

Published : Jan 21, 2021, 3:43 PM IST

ଢେଙ୍କାନାଳ ସହରର ବାଜିଚୌକ ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଅଧିକ ପଢନ୍ତୁ...

ଟ୍ରକ ଚପାରେ ବୃଦ୍ଧାଙ୍କ ମୃତ୍ୟୁ, ଡ୍ରାଇଭର ଅଟକ

ଢେଙ୍କାନାଳ: ଟ୍ରକ ଧକ୍କାରେ ଜଣେ 80 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ । ଢେଙ୍କାନାଳ ସହରର ବାଜିଚୌକ ଓଭରବ୍ରିଜ ନିକଟରେ ଗୁରୁବାର ଘଟିଛି ଏହି ଦୁର୍ଘଟଣା । ମୃତକ ସ୍ଥାନୀୟ ଅଞ୍ଚଳର ତାରା ରାଉତ । ସେ ରାସ୍ତା ଅତିକ୍ରମ କରୁଥିବାବେଳେ ଏକ ଟ୍ରକ ତାଙ୍କ ଉପରେ ଚଢି ଯାଇଛି । ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ପ୍ରଶାସନ ପକ୍ଷରୁ ବାଜିଚୌକ ଠାରୁ ସିମିଳିଆ ପର୍ଯ୍ୟନ୍ତ ସକାଳ 6ଟାରୁ ରାତି 10 ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ପାଇଁ ନୋଏଣ୍ଟ୍ରି ଘୋଷଣା କରାଯାଇଥିଲା । ତାହା ସତ୍ତ୍ବେ ମଧ୍ୟ କିଭଳି ସେଠାରେ ଭାରିଯାନ ଚଳାଚଳ କରୁଛି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟବାସୀ । ନୋଏଣ୍ଟ୍ରିରେ ଗାଡି ଚଳାଚଳ ଯୋଗୁଁ ଦୁର୍ଘଟଣା ଘଟିଥିବା ଅଭିଯୋଗରେ ଘଟଣାସ୍ଥଳରେ ଏହି ଉତ୍ତେଜନା ଲାଗିରହିଛି । ମୃତକଙ୍କ ପରିବାରକୁ 50 ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଅଡି ବସିଛନ୍ତି ଉତ୍ତ୍ୟକ୍ତ ଲୋକେ । ଘଟଣାସ୍ଥଳରେ ସଦର ତହସିଲଦାର ଓ ଟାଉନ ଥାନା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ତଦନ୍ତ କରୁଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.