ETV Bharat / state

ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତୁମୁସିଙ୍ଗା ଥାନା ଗାଙ୍ଗିଯୋଡ଼ି ଗ୍ରାମର ଜଣେ ବୃଦ୍ଧାଙ୍କୁ ହାତୀ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ
ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ
author img

By

Published : Apr 1, 2021, 11:18 AM IST

ଢେଙ୍କାନାଳ: ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତୁମୁସିଙ୍ଗା ଥାନା ଗାଙ୍ଗିଯୋଡ଼ି ଗ୍ରାମର ହାଡିବନ୍ଧୁ ସାହୁ ନାମକ ବୃଦ୍ଧଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି ।

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ସୂଚନାଅନୁସାରେ ହାଡିବନ୍ଧୁ ଗାଈ ଚରାଇବାକୁ ମହାବିରୋଡ଼ ରେଞ୍ଜ ବତାସିଂହ ନାଳ ନିକଟକୁ ଯାଇଥିଲେ l ଗାଈ ଚରାଉଥିବା ବେଳେ ଦନ୍ତାହାତୀ ସହ ସେ ମୁହାଁମୁହିଁ ହୋଇଯାଇଥିଲେ l ଫଳରେ ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି l ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଓ ମହାବିରରୋଡ ରେଞ୍ଜର ଡିହଡୋଳ ଫରେଷ୍ଟ ସେକ୍ସନରେ ବର୍ଷ ତମାମ ହାତୀ ଉପଦ୍ରବ ଲଗି ରହୁଛି । ଏହି ଅଞ୍ଚଳରେ ପ୍ରାୟ ସମୟରେ ହାତୀ ଉପଦ୍ରବ ଯୋଗୁଁ ବହୁ ଧନଜୀବନ ନଷ୍ଟ ହେଉଛି। ଗତକାଲି ତୁମୁସିଙ୍ଗା ଥାନାର OAPF କର୍ମଚାରୀଙ୍କୁ କଦଳୀପାଳ ଗ୍ରାମ ନିକଟରେ ହାତୀ ଆକ୍ରମଣ କରିଥିଲା । ସେ ଗରୁତର ଅବସ୍ଥାରେ କଟକରେ ଚିକିତ୍ସିତ ହେଉଛନ୍ତି । ତେବେ ବନବିଭାଗ ଲୋକଙ୍କୁ ହାତୀ ଦାଉରୁ ରକ୍ଷା କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.