ETV Bharat / state

ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା

author img

By

Published : Jun 28, 2022, 7:04 PM IST

ହିନ୍ଦୋଳ ବନାଞ୍ଚଳର ବମ୍ପା ଗ୍ରାମରେ ହାତୀ ଆକ୍ରମଣ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା। ଅଧିକ ପଢନ୍ତୁ

ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା
ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା

ଢେଙ୍କାନାଳ: ହିନ୍ଦୋଳ ବନାଞ୍ଚଳର ବମ୍ପା ଗ୍ରାମରେ ଅଭାବନୀୟ ଘଟଣା। ଶୌଚ ହେବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା। ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ଶରତ ପଲେଇ । ଆଜି ଭୋର ସମୟରେ ବମ୍ପା ଗ୍ରାମରେ ବୃଦ୍ଧ ଶରତ ପଲେଇ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ଗାଁ ସ୍କୁଲ ପାଖକୁ ପଶିଆସିଥିବା ଏକ ଦନ୍ତା ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା ।

ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା

ତେବେ ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିବା ଜଣାପଡିଛି। ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚିବା ବେଳେ ହାତୀଟି ପାଖ ଜଙ୍ଗଲକୁ ପଳାଇଥିଲା। ହିନ୍ଦୋଳ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.