ETV Bharat / state

Garib Kalyan Samabesh: ଢେଙ୍କାନାଳରେ ଗର୍ଜିଲେ ଧର୍ମେନ୍ଦ୍ର, ଦେଲେ 9ବର୍ଷ ବିକାଶର ହିସାବ

ଢେଙ୍କାନାଳ କଙ୍କଡାହାଡ ଯାତ୍ରା ପଡ଼ିଆରେ ଆଯୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେଇ ଧର୍ମେନ୍ଦ୍ର ସୁଶାସନ, ସେବା ଓ ସମର୍ପଣ ୯ବର୍ଷର ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ନରେନ୍ଦ୍ର ମୋଦିଙ୍କ ଗରିବ କଲ୍ୟାଣ, ସୁଶାସନ ଓ ସେବା ସମର୍ପଣ ଶାସନର ୯ବର୍ଷ ପୂର୍ତ୍ତି ହୋଇଛି । ଅଧିକ ପଢନ୍ତୁ

author img

By

Published : Jun 8, 2023, 10:29 PM IST

ଢେଙ୍କାନାଳରେ ଗର୍ଜିଲେ ଧର୍ମେନ୍ଦ୍ର, ଦେଲେ 9 ବର୍ଷର ହିସାବ

ଢେଙ୍କାନାଳ: ଆଜି ଭାରତର ଚାଷୀ ବିଶ୍ବବାସୀଙ୍କୁ ଖାଦ୍ୟ ଯୋଗାଉଛି। ଦେଶରେ ଚାଷୀ ମାନଙ୍କ ପାଇଁ କିଷାନ ନିଧି ଯୋଜନା ପ୍ରଣୟନ ହୋଇଛି। ଧାନର ସହାୟକ ମୂଲ୍ୟ ବୃଦ୍ଧି କରି ୯୨୦ଟଙ୍କାରୁ ଆଜି ୨୧୮୩ ଟଙ୍କାରେ ପହଞ୍ଚିଛି । ଗରିବ ଲୋକଙ୍କର ସ୍ବାଭିମାନର ପ୍ରତୀକ ଭାବେ ଜନଧନ ଖାତା ଯୋଜନାରେ ରାଜ୍ୟରେ ୭ଲକ୍ଷ ଲୋକ ଉପକୃତ ହୋଇପାରିଛନ୍ତି। ଗରିବ ଓ ବାସହରା 80 ହଜାରରୁ ଉର୍ଦ୍ଧ୍ବ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିଛି । ଗରିବ ଲୋକଙ୍କ ମୁହଁରେ ଆହାର ଦେବାକୁ ପ୍ରଧାନମନ୍ତ୍ରୀ ଖାଦ୍ୟ ସୁରକ୍ଷା ଯୋଜନାରେମୁଣ୍ଡ ପିଛା ୫କେଜି ମାଗଣା ଚାଉଳ ଯୋଗାଇ ଦିଆଯାଉଛି । ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଆୟୋଜିତ ହେଉଛି ଗରିବ କଲ୍ୟାଣ ସମାବେଶ। ଆଜି ଢେଙ୍କାନାଳରେ ଆୟୋଜିତ ଏହି ସମାବେଶରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଢେଙ୍କାନାଳ କଙ୍କଡାହାଡ ଯାତ୍ରା ପଡ଼ିଆରେ ଆଯୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେଇ ଧର୍ମେନ୍ଦ୍ର ସୁଶାସନ, ସେବା ଓ ସମର୍ପଣ ୯ବର୍ଷର ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ନରେନ୍ଦ୍ର ମୋଦିଙ୍କ ଗରିବ କଲ୍ୟାଣ, ସୁଶାସନ ଓ ସେବା ସମର୍ପଣ ଶାସନର ୯ ବର୍ଷ ପୂର୍ତ୍ତି ହୋଇଛି । ଏହି 9 ବର୍ଷରେ ଦେଶର ଅର୍ଥନୀତି, ସୁରକ୍ଷା ଓ ବୈଦେଶିକ ନୀତି ସାରା ବିଶ୍ବରେ ପ୍ରଶଂସିତ ହୋଇଛି। ଏହି ୯ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଗରିବ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି।

ଆଜି ଭାରତର ଚାଷୀ ବିଶ୍ବର ଅନ୍ୟ ଦେଶମାନଙ୍କୁ ଅଟା ଓ ଚାଉଳ ଯୋଗାଉଛି। ଦେଶରେ ଚାଷୀ ମାନଙ୍କ ପାଇଁ କିଷାନ ନିଧି ଯୋଜନା ପ୍ରଣୟନ କରାଯାଇଥିବାବେଳେ ପ୍ରତେକ ବର୍ଷ ଧାନର ସହାୟକ ମୂଲ୍ୟ ବୃଦ୍ଧି କରି ୯୨୦ ଟଙ୍କାରୁ ଆଜି ୨୧୮୩ ଟଙ୍କାରେ ପହଞ୍ଚି ସାରିଛି। ଗରିବ ଲୋକଙ୍କର ସ୍ବାଭିମାନର ପ୍ରତୀକ ଭାବେ ଜନ ଧନ ଖାତା ଯୋଜନାରେ ରାଜ୍ୟରେ ୭ଲକ୍ଷ ଲୋକ ଉପକୃତ ହୋଇପାରିଛନ୍ତି।

ଗରିବ ଓ ଦଳିତ ଶିଶୁ ମାନଙ୍କ ଶିକ୍ଷାର ପ୍ରଗତି ପାଇଁ ଏକଲବ୍ୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନ ରାଜ୍ୟ ତଥା ଢେଙ୍କାନାଲ ଜିଲ୍ଲାରେ ଶିକ୍ଷାର ପ୍ରଗତି ଆଣୁଛି । ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ମାଧ୍ୟମରେ ଗରିବ ଲୋକ ମାନେ ସୁଲଭ ମୂଲ୍ୟରେ ଔଷଧ ପାଇଁ ପାରୁଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ରୋଷେଇ ଗ୍ୟାସ ବଣ୍ଟନ ହେଉ ବା ସୌଭାଗ୍ୟ ଯୋଜନାରେ ପ୍ରତ୍ୟେକଙ୍କ ଘରେ ବିଜୁଳି ଆଲୁଅ ବ୍ୟବସ୍ଥା କରାଯାଇଛି। ଜାତୀୟ ଗ୍ରାମୀଣ ଜୀବିକା ମିଶନ ସ୍ବୟଂ ସହାୟକ ଗୋଷ୍ଠୀ ସହାୟତା ପ୍ରଦାନ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ରେ ଯୁବ ବର୍ଗଙ୍କୁ ନିଯୁକ୍ତି ଓ ଦକ୍ଷତା ପ୍ରଦାନ କରାଯାଇଛି। ସ୍ବଚ୍ଛ ଭାରତରେ ପରିମଳ ବ୍ୟବସ୍ଥା ସହିତ ଜଳ ଜୀବନ ମିଶନ ପାନୀୟ ଜଳ ଯୋଗାଣ ଏପରି ବିଭିନ୍ନ ଜନ କଲ୍ୟାଣ ରାଜ୍ୟବାସୀଙ୍କ ଅନେକ ଦିଶା ଯୋଗାଉଛି। ବିଶେଷ କରି ରାଜ୍ୟର ଖଣି ଖଦାନ ରାଜସ୍ବ କ୍ଷେତ୍ରରେ ମାତ୍ର ବାର୍ଷିକ ୫ ହଜାର କୋଟିରୁ ଏବେ ୫୦ହଜାର କୋଟିକୁ ବୃଦ୍ଧି କରାଯାଇଛି। ଜାହାକି ରାଜ୍ୟର ଆର୍ଥିକ ବିକାଶ କ୍ଷେତ୍ରରେ ସହାୟକ ସାଜିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ପରେ କାମାକ୍ଷାନଗର ଜିରିଡାମାଳୀ ଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଇଡିୟଟର ପରିଚାଳନାରେ ଏକ କମ୍ୟୁନିଟି ରେଡିଓ- “ରେଡିଓ ବସୁଧା”ର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି କମ୍ୟୁନିଟି ରେଡ଼ିଓ ମାଧ୍ୟମରେ ଏହି ଅଞ୍ଚଳ ଲୋକ ମାନଙ୍କ ପାଖରେ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟକାରିତା ସମ୍ପର୍କରେ ବାର୍ତ୍ତା ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନ ଦେଇଛନ୍ତି ।

ସନ୍ଧ୍ୟାରେ କାମାକ୍ଷାନଗର ରେଙ୍ଗାଲି ପଡିଆ ଠାରେ ସାରଙ୍ଗଧର ମେମୋରିଆଲ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଯୋଗଦେଇ କ୍ରୀଡାପ୍ରେମୀ ମାନଙ୍କୁ ଉତ୍ସାହିତ କରିବା ସହିତ ଗ୍ରାମାଞ୍ଚଳରେ କ୍ରୀଡାର ବିକାଶ ପାଇଁ ଉଦ୍ୟମ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ,ବିଭୁତି ପ୍ରଧାନଙ୍କ ସମେତ ବହୁ ବିଜେପି ନେତା ଓ ଶତାଧିକ ସାଧାରଣ ଜନତ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.