ETV Bharat / state

ହତ୍ୟାକାରୀକୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ - accused arrest demand

କାମାକ୍ଷାନଗର NAC ଅନ୍ତର୍ଗତ ଗୋଡିସାହି ଓ କଲୋନି ସାହି ଗୋଷ୍ଠୀ ସଂଘର୍ଷ ଘଟଣାରେ ହତ୍ୟାକାରୀକୁ ଗିରଫ ଓ କ୍ଷତି ପୂରଣ ଦାବିରେ କାମାକ୍ଷାନଗରରେ ଉତ୍ତେଜନା । ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକ । ଅଧିକ ପଢନ୍ତୁ...

ହତ୍ୟାକାରୀକୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ, ପ୍ରଶାସନର ବୁଝାସୁଝା ସ୍ବାଭାବିକ ହେଲା ସ୍ଥିତି

author img

By

Published : Jun 18, 2021, 7:43 AM IST

ଢେଙ୍କାନାଳ: କାମାକ୍ଷାନଗର NAC ଅନ୍ତର୍ଗତ ଗୋଡିସାହି ଓ କଲୋନି ସାହି ଗୋଷ୍ଠୀ ସଙ୍ଘର୍ଷ ଘଟଣାରେ ହତ୍ୟାକାରୀକୁ ଗିରଫ ଓ କ୍ଷତି ପୂରଣ ଦାବିରେ କାମାକ୍ଷାନଗରର ଉତ୍ତେଜନା ପ୍ରକାଶ ପାଇଛି । 53 ନଂ ଜାତୀୟ ରାଜପଥ ଉପରେ ମୃତଦେହ ରଖିବା ସହ ଟାୟାର ଜାଳି ଅବରୋଧ କଲେ ଗ୍ରାମବାସୀ ।

ହତ୍ୟାକାରୀକୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ, ପ୍ରଶାସନର ବୁଝାସୁଝା ସ୍ବାଭାବିକ ହେଲା ସ୍ଥିତି

ଗୋଷ୍ଠୀ ସଂଘର୍ଷରେ ଗୁରୁତର ଭାବେ କଟକ SCB ମେଡିକାଲ ସ୍ଥାନାନ୍ତର ପରେ ଚିକିତ୍ସାଧୀନ ଅବସ୍ଥାରେ କଲୋନୀ ସାହିର ତୋଫାନ ପାତ୍ରଙ୍କ ମୃତ୍ୟୁ ହୋଇଥିଲା । ମୃତଦେହ ଆସି କାମାକ୍ଷାନଗରରେ ପହଞ୍ଚିବା ପରେ ହତ୍ୟାକାରୀଙ୍କୁ ଗିରଫ ଦାବିରେ ୫୩ ନଂ ଜାତୀୟ ରାଜପଥ ହନୁମାନ ଛକଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା । ଘଟଣାସ୍ଥଳରେ ଉପଜିଲ୍ଲାପାଳ,ଅତିରିକ୍ତ ଏସପି, ତହସିଲଦାର,ଏସଡିପିଓ, ଆଇଆଇସି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । 2 ଦିନ ଭିତରେ ହତ୍ୟାକାରୀକୁ ଧରିବାର ପ୍ରତିଶୃତି ଦେଇଥିଲା ପ୍ରଶାସନ । ପ୍ରାୟ ୩ ଘଣ୍ଟାର ଅଚଳାବସ୍ଥା ପରେ ରାସ୍ତାରୋକ ହଟିଥିଲା।

ଢେଙ୍କାନାଳରୁ ଉର୍ମଳା ପାତ୍ର, ଇଚିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.