ETV Bharat / state

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା : ଦର୍ଶକଙ୍କ ମନମୋହୁଛି ନଟରାଜ କୁମାର ଉତ୍ସବ

କରୋନା ପାଇଁ ଫିକା ପଡିଥିଲା ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଦୁଇ ବର୍ଷ ପରେ କଟକଣାକହଳ ହେବା ପରେ ଉତ୍ସବମୁଖର ହୋଇ ଉଠିଛି ଢେଙ୍କାନାଳ ସହର । ଏହି ଅବସରରେ ଢେଙ୍କାନାଳ ସହରର ମିନିଷ୍ଟାଡିୟମରେ ଅନୁଷ୍ଠିତ ହେଉଛି ନଟରାଜ କୁମାର ଉତ୍ସବ । ଅଧିକ ପଢନ୍ତୁ

author img

By

Published : Oct 11, 2022, 4:55 PM IST

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା : ଦର୍ଶକଙ୍କ ମନମୋହୁଛି ନଟରାଜ କୁମାର ଉତ୍ସବ
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା : ଦର୍ଶକଙ୍କ ମନମୋହୁଛି ନଟରାଜ କୁମାର ଉତ୍ସବ

ଢେଙ୍କାନାଳ: କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଯାଇଛି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । କରୋନା ପାଇଁ ଫିକା ପଡିଥିଲା ଏହି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଦୁଇ ବର୍ଷ ପରେ କଟକଣାକହଳ ହେବା ପରେ ଉତ୍ସବମୁଖର ହୋଇ ଉଠିଛି ଢେଙ୍କାନାଳ ସହର । ଗଜ ଲକ୍ଷ୍ମୀପୂଜା ଅବସରରେ ଢେଙ୍କାନାଳ ସହରର ମିନିଷ୍ଟାଡିୟମରେ ଅନୁଷ୍ଠିତ ହେଉଛି ନଟରାଜ କୁମାର ଉତ୍ସବ । ଏହି ଉତ୍ସବରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ଆସର ଜମୁଛି । କୁନି କୁନି ପାଦରେ ରୁଣୁ ଝୁଣୁ ବାଜି ଉଠୁଥିବା ଘୁଙ୍ଗୁର ଦର୍ଶକଙ୍କୁ ମିନି ଷ୍ଟାଡିୟମ ଆଡକୁ ଆକର୍ଷିତ କରି ନେଉଛି ।

କୁମାର ପୂର୍ଣ୍ଣିମାଠାରୁ ତିନି ଦିନ ଧରି ଅନୁଷ୍ଠିତ ହୋଇଥାଏ ଏହି ନଟରାଜ କୁମାର ଉତ୍ସବ । ଢେଙ୍କାନାଳର ଅଗ୍ରଣୀ ତଥା ସର୍ବ ପୁରାତନ ସାଂସ୍କୃତିକ ଓ ନାଟ୍ୟ ଅନୁଷ୍ଠାନ ନଟରାଜ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ନଟରାଜ କୁମାର ଉତ୍ସବର ଏହି କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ ଆକର୍ଷିତ କରୁଛି । ଏହି ଉତ୍ସବରେ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ଝୁମି ଉଠୁଛି ପେଣ୍ଡାଲ । ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ଆସର ଜମୁଛି । ଯାହାକୁ ନେଇ ଦର୍ଶକଙ୍କ ଠାରୁ ଅତିଥିଙ୍କ ଯାଏଁ ସମସ୍ତେ ବିଭୋର ।

ଗତ ୩୭ବର୍ଷ ଧରି ଆୟୋଜିତ ଏହି ନଟରାଜ କୁମାର ଉତ୍ସବ ସୁପ୍ତ ଓ ଲୁକ୍କାୟିତ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ଶିଳ୍ପୀ ମାନଙ୍କୁ ଲୋକ ଲୋଚନକୁ ଆଣି ଜାତୀୟ ସ୍ତରକୁ ନେବାରେ ପ୍ରୟାସ ଜାରି ରଖିଛି । ଏହି ଉତ୍ସବରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବିଶିଷ୍ଟ ଓ ଲୋକପ୍ରିୟ ବ୍ୟକ୍ତି ବିଶେଷଙ୍କୁ ନଟରାଜ ସମ୍ମାନ, କଣ୍ଠ ଶିଳ୍ପୀ ଭିକାରୀ ବଳ ସଙ୍ଗୀତ ସମ୍ମାନ ଓ ଭାରତ ମୁନି ନୃତ୍ୟ ସମ୍ମାନ ଆଦି ରାଜ୍ୟ ସ୍ତରୀୟ ସମ୍ମାନରେ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କାରାଯାଉଛି । ଏହି ଉତ୍ସବରେ ଯୋଗଦେଇ ମନ୍ତ୍ରୀ, ବିଧାୟକ, ସାଂସଦ ଓ ମହାମହିମ ରାଜ୍ୟପାଳଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅନୁଷ୍ଠାନର ଏପରି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଛନ୍ତି ।

ନଟରାଜ କୁମାର ଉତ୍ସବର ସଂଯୋଜକ କୁମାର ସତ୍ୟ ନରାୟଣ କର ଏହି ଅବସରରେ କହିଛନ୍ତି "ପୂର୍ଣ୍ଣିମା ଅବସରରେ କୁମାର ପୂର୍ଣ୍ଣିମାଠାରୁ ତିନି ଦିନ ଧରି ଏହି ନଟରାଜ କୁମାର ଉତ୍ସବ ହୁଏ । ରାଜ୍ୟ ତଥା ଜାତୀୟ ସ୍ତରର ବହୁ ପ୍ରତିଷ୍ଠିତ ପ୍ରଖ୍ୟାତ କଳାକାରମାନଙ୍କୁ ଆମେ ଏଠାରେ ସମ୍ବର୍ଦ୍ଧିତ କରିଥାଉ । ଭଜନ ସମ୍ରାଟ ଭିକାରୀ ବଳ ସମ୍ମାନ, ଭରତ ମୁନୀ ନୃତ୍ୟ ସମ୍ମାନ ତଥା ନଟରାଜ ସମ୍ମାନରେ ଆମେ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥାଉ ।"

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.