ETV Bharat / state

ଭୋଟରଙ୍କୁ ସଚେତନ କରିବାକୁ ରାଜ୍ୟରେ ଜାତୀୟ ଭୋଟର ଦିବସ ପାଳିତ - ଜାତୀୟ ଭୋଟର ଦିବସ

National voters day celebration in state
ଭୋଟରଙ୍କୁ ସଚେତନ କରିବାକୁ ରାଜ୍ୟରେ ପାଳିତ ହେଲା ଜାତୀୟ ଭୋଟର ଦିବସ
author img

By

Published : Jan 25, 2021, 3:26 PM IST

Updated : Jan 25, 2021, 10:45 PM IST

22:36 January 25

ଜାତୀୟ ମତଦାତା ଦିବସ ପାଳିତ

National voters day celebration in state
ଜାତୀୟ ମତଦାତା ଦିବସ ପାଳିତ

ନୟାଗଡ଼ : ଜିଲ୍ଲା ପ୍ରଶାସନ ପକ୍ଷରୁ ସୃଜନ ସଭାଗୃହରେ ୧୧ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି l ୧୮ ବର୍ଷ ହୋଇଥିବା ନୂତନ ଭୋଟରମାନଙ୍କୁ ସେମାନଙ୍କ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତ୍ତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି । ଆଜିଠାରୁ ଇ ଭୋଟ ପରିଚୟ ପତ୍ର ସେବା ଆରମ୍ଭ କରାଯାଇଛି l

ସଭାରେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ , ଡେପୁଟି ନିର୍ବାଚନ ଅଧିକାରୀ , ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବୈଠକରେ ଉପସ୍ଥିତ ରହି ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ।  

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

19:58 January 25

ଲଞ୍ଚ ହେଲା ଇ ଭୋଟର କାର୍ଡ

ଲଞ୍ଚ ହେଲା ଇ ଭୋଟର କାର୍ଡ

କୋରାପୁଟ : ଦେଶ ସମତେ ବିଭିନ୍ନ ରାଜ୍ୟରେ ଜାତୀୟ ଭୋଟର ଦିବସ ପାଳନ କରାଯାଉଛି । ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାସ୍ତରୀୟ ଅଧିକାରୀ , ବିଭିନ୍ନ ବୁଥ ସ୍ତରୀୟ ଅଧିକାରୀ , ଜନସାଧାରଣ ଓ ନୂତନ ଭୋଟର ଗଣତନ୍ତ୍ରର ସୁରକ୍ଷା କରିବା ଦିଗରେ ସକ୍ରିୟ ଯୋଗଦାନ କରିବା ନେଇ ଶପଥ ପାଠ କରିଥିଲେ । ବୁଥସ୍ତରରେ ଭୋଟର ତାଲିକା ପ୍ରସ୍ତୁତି ଓ ଅନ୍ୟାନ୍ୟ ମତଦାତା ସମ୍ପର୍କିତ କାର୍ଯ୍ୟରେ ଅଭୂତପୂର୍ବ ସଫଳତା ଆଣିଦେଇଥିବା ବିଭିନ୍ନ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନୂତନ ଭୋଟରଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି ସଭାରେ ବିଶେଷ ଭାବେ ଇ -ଏପିକ ଆପ ଲୋକାର୍ପିତ ହୋଇଥିଲା। ଏହି ଯୋଜନାରେ ଚଳିତ ମାସ 31 ତାରିଖ ସୁଦ୍ଧା ଏହି ପୋର୍ଟାଲରେ ସମସ୍ତେ ଆବେଦନ କରି ନୂତନ ଭୋଟର ପରିଚୟ ପତ୍ର ପାଇପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଜଣାଇଛନ୍ତି ।  

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

14:57 January 25

ଢେଙ୍କାନାଳରେ ଜାତୀୟ ଭୋଟର ଦିବସ ପାଳିତ

ଢେଙ୍କାନାଳରେ ଜାତୀୟ ଭୋଟର ଦିବସ ପାଳିତ

ଢେଙ୍କାନାଳ: ଆଜି ଜାତୀୟ ଭୋଟର ଦିବସ ପାଳନ କରାଯାଉଛି l ଏହି ଅବସରରେ କାମାକ୍ଷାନଗର ବ୍ଲକର ସମିତି ସଭାଗୃହ ଠାରେ ବ୍ଲକ ସ୍ତରୀୟ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି l  ଏଥିରେ ସ୍ଥାନୀୟ ତହସିଲଦାର ସଞ୍ଜୟ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ l ଅନ୍ୟ ଅତିଥି ଭାବେ କାମାକ୍ଷାନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକାଶ ରାଉତ, କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ l ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖି ମୁକ୍ତ, ଅବାଧ, ନିର୍ଭିକ ହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାର ପ୍ରଦାନ କରିବାକୁ ଅତିଥି ମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମରେ କିଛି ଯୁବ ଭୋଟରଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି l

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Jan 25, 2021, 10:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.