ETV Bharat / state

NAC ନିର୍ବାଚନରେ କିଏ ମାରିବ ବାଜି, ଜୋରଦାର ହେଲା ତ୍ରିମୁଖୀ ଲଢେଇ

author img

By

Published : Apr 2, 2023, 5:50 PM IST

ଏପ୍ରିଲ 3 ତାରିଖରେ ଢେଙ୍କାନାଳ ହିନ୍ଦୋଳରେ NAC ନିର୍ବାଚନ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ତୁଲାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା। NAC ନିର୍ବାଚନରେ କିଏ ମାରିବ ବାଜି, ଚାଲିଛି କଳ୍ପନାଜଳ୍ପନା । ଅଧିକ ପଢ଼ନ୍ତୁ

ଢେଙ୍କାନାଳ ହିନ୍ଦୋଳରେ NAC ନିର୍ବାଚନ
ଢେଙ୍କାନାଳ ହିନ୍ଦୋଳରେ NAC ନିର୍ବାଚନ
ଢେଙ୍କାନାଳ ହିନ୍ଦୋଳରେ NAC ନିର୍ବାଚନ

ଢେଙ୍କାନାଳ: କାଲି ଅର୍ଥାତ ଏପ୍ରିଲ ୩ ତାରିଖରେ ଢେଙ୍କାନାଳ ହିନ୍ଦୋଳରେ NAC ନିର୍ବାଚନ । ଶେଷ ହେଲା ସବୁ ଦଳର ପ୍ରଚାର । କାଲି ଭାଗ୍ୟ ପରୀକ୍ଷା ଦେବେ ପ୍ରାର୍ଥୀ । ହିନ୍ଦୋଳ ଏନଏସିରେ ମତଦାନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ । ଏପ୍ରିଲ 3 ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଏପ୍ରିଲ 5 ତାରିଖରେ ଭୋଟ ଗଣତି ଏବଂ ନିର୍ବାଚନ ଫଳାଫଳର ପ୍ରକାଶ । ସକାଳ ୮ ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ମତଦାନ ପ୍ରକ୍ରିୟା ଚାଲୁ ରହିବ । ତେବେ ଉପଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ହିନ୍ଦୋଳ ଏନଏସିର ମୋଟ ୧୬ଟି ୱାର୍ଡ ରହିଥିବା ରହିଛି । ପ୍ରତେକ ୱାର୍ଡରେ ଗୋଟିଏ ଲେଖାଁଏ ବୁଥ ମୋଟ ୧୬ଟି ବୁଥ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ସମସ୍ତ ବୁଥକୁ ପୁଲିଂ ଅଫିସର ନିର୍ବାଚନ ଅଧିକାରୀଙ୍କ ଠାରୁ ଏଭିଏମ ଓ ଭି-ପାର୍ଟ ମେସିନ ନେଇ ବିଥରେ ପହଞ୍ଚି ଯାଇଥିବା ଉପଜିଲ୍ଲାପାଳ କହିଛନ୍ତି ।

ସୂଚନା ଥାଉକି, ଗତ ୨୦୧୩ ମସିହାରେ ରାଜ୍ୟର ନୂଆପଡା, ଅତାବିରା ସହିତ ଏହି ଗଠିତ ହୋଇଥିବା ହିନ୍ଦୋଳ ଏନଏସିର ଏହା ତୃତୀୟ ନିର୍ବାଚନ । ୧୬ଟି ୱାର୍ଡକୁ ନେଇ ଗଠିତ ଏହି ହିନ୍ଦୋଳ ଏନଏସିର ମୋଟ ଭୋଟର ସଂଖ୍ୟା ୯ ହଜାର ୮୬୩ । ସେମାନଙ୍କ ମଧ୍ୟରେ ପୁରୁଷ ଭୋଟର ୫ହଜାର ୪୬ ଓ ମହିଳା ଭୋଟର ୪ହଜାର୮୧୭ ରହିଛନ୍ତି । ନିର୍ବାଚନରେ ଅଧ୍ୟକ୍ଷ ପଦବୀ ମହିଳା ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିବାବେଳେ ମୋଟ ୩ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଅପରପକ୍ଷରେ ୧୬ଟି ୱାର୍ଡ ପାଇଁ ମୋଟ ୫୦ଜଣ କାଉନସିଲର ପ୍ରାର୍ଥୀ ନିର୍ବାଚନରେ ଲଢ଼ୁଥିବା ବେଳେ ମୋଟ ୫୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି ଭୋଟର ।

ତେବେ ଏହି ଭୋଟ ଗ୍ରହଣ କିପରି ଅବାଧ ଓ ନିରପେକ୍ଷ ହେବା ସହ ସମାପନ ହେଭି ସେଥି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସେପଟେ ଶାନ୍ତି ଶୃଙ୍ଖଳା ପାଇଁ ପୁଲସ ପ୍ରଶାସନ ପକ୍ଷରୁ କଡା ପୁଲିସ ବ୍ୟବସ୍ଥା କରାଯାଇଛି । ପ୍ରକାଶ ଥାଉକି, ଚଳିତବର୍ଷ ହିନ୍ଦୋଳ ଏନଏସିର ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିବାବେଳେ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମିଶି ମୋଟ ୩ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଅପରପକ୍ଷରେ ୧୬ଟି ୱାର୍ଡ ପାଇଁ ମୋଟ ୫୦ଜଣ କାଉନସିଲର ପ୍ରାର୍ଥୀ ନିର୍ବାଚନରେ ଲଢ଼ୁଥିବାବେଳେ ୱାର୍ଡ ନଂ ୧ ଓ ୮ରେ କଂଗ୍ରେସର ପ୍ରାର୍ଥୀ ନଥିବା ଜଣାପଡିଛି । ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ରାଜନୈତିକ ଦଳମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଆସନ ପାଇଁ ବେଶ ପ୍ରତିଦ୍ବନ୍ଦିତା ଦେଖାଦେଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.