ଢେଙ୍କାନାଳ : ଜିଲ୍ଲାରେ ପୌର ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । ଢେଙ୍କାନାଳ ପୌର ପରିଷଦର ୨୩ଟି ୱାର୍ଡ, ଭୁବନ ଓ କାମାକ୍ଷାନଗର ବିଜ୍ଞାପିତ ପରିଷଦର ୧୫ଟି ଲେଖାଏଁ ୱାର୍ଡ ପାଇଁ କାଉନସିଲର ଓ ଅଧ୍ୟକ୍ଷ ପଦବୀ ପାଇଁ ମତଦାନ ହୋଇଛି । ସକାଳ ୮ଟାରୁ ମତଦାନ କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ନ ୫ଟାରେ ଶେଷ ହୋଇଯାଇଛି ।
ଢେଙ୍କାନାଳ ପୌର ପରିଷଦ, ଭୁବନ ଓ କାମାକ୍ଷାନଗର ଏନଏସିର ସମସ୍ତ ୱାର୍ଡରେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ କରାଯାଇଛି । ପୁଲିଂ ପାର୍ଟିମାନେ ଏଭିଏମ ଗୁଡିକ କଡା ସୁରକ୍ଷା ମଧ୍ୟରେ ପୌର ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପୈଠ କରୁଥିବା ଜଣାପଡିଛି । ତେବେ ଭୋଟ ଗ୍ରହଣ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବାରୁ ପୁଲିଂ ପାର୍ଟିମାନେ ବେଶ ଉତ୍ସାହର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ