ETV Bharat / state

ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ, ତଦନ୍ତ ଜାରି

ପାଖଉଛି ପଞ୍ଚାୟତ ନିର୍ବାଚନ । ଏନେଇ ବଢୁଛି ରାଜନୈତିକ ତାତି । ଢେଙ୍କାନାଳ ଜିଲ୍ଲା ବଦାଳୁ ସରପଞ୍ଚ ପ୍ରାର୍ଥୀ ନୃସିଂହ ବାରିକଙ୍କ ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ଅଧିକ ପଢନ୍ତୁ

ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ
ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ
author img

By

Published : Feb 13, 2022, 9:52 AM IST

ଢେଙ୍କାନାଳ: ପାଖଉଛି ପଞ୍ଚାୟତ ନିର୍ବାଚନ । ଏନେଇ ବଢୁଛି ରାଜନୈତିକ ତାତି । ଢେଙ୍କାନାଳ ଜିଲ୍ଲା ବଦାଳୁ ସରପଞ୍ଚ ପ୍ରାର୍ଥୀ ନୃସିଂହ ବାରିକଙ୍କ ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି ।

ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତ୍ରକ ଆକ୍ରମଣ

ଆହତ ନୃସିଂହ ବାରିକ ଓଡାପଡା ବ୍ଲକ ଅନ୍ତର୍ଗତ ବଦାଳୁ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ । ସେ ସ୍କୁଟି ଯୋଗେ ଘରୁ ବାହାରି ତାଙ୍କ କ୍ରସରକୁ ଯାଉଥିବା ବେଳେ ବଦାଳୁ ଘୋଡାଡିଆଁ ଛକରେ ତାଙ୍କୁ ଆକ୍ରମଣ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏକ ବାଇକରେ ଆସି କିଛି ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ପିଟିବା ସହ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ସେମାନେ ମାସ୍କ ପିନ୍ଧିଥିବାରୁ ତାଙ୍କୁ ଚିହ୍ନି ନଥିବା ପ୍ରକାଶ କରିଛନ୍ତି ନୃସିଂହ ।

ସୂଚନା ଥାଉ କି ବଦାଳୁ ପଞ୍ଚାୟତରେ ନୃସିଂହଙ୍କୁ ମିଶାଇ ମୋଟ ୩ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ଜଣାପଡିଛି । ଆକ୍ରମଣର ସଠିକ କାରଣ ଜଣାପଡିନଥିଲେ ମଧ୍ୟ ନିର୍ବାଚନ ଯୋଗୁଁ ଅପରଗୋଷ୍ଠୀ ତାଙ୍କୁ ଆକ୍ରମଣ କରିଥାଇ ପାରନ୍ତି ବୋଲି କହିଛନ୍ତି ଆହତ ନୃସିଂହ । ମୋଟଙ୍ଗା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.