ETV Bharat / state

ଢେଙ୍କାନାଳରେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ !

ଢେଙ୍କାନାଳ ଜିଲ୍ଲା ଗୁଆଗରିଆ ଗ୍ରାମରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଅପହରଣ । ଗତ ଅଗଷ୍ଟ ୧ତାରିଖରେ ଘରେ ପଶି ଝିଅକୁ ଜୋର ଜବରଦସ୍ତ ଅପହରଣ କରି ଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

author img

By

Published : Aug 25, 2022, 10:35 PM IST

minor girl kidnaped in dhenkanal
ଢେଙ୍କାନାଳରେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ଅପହରଣ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗୁଆଗରିଆ ଗ୍ରାମରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଅପହରଣ ହୋଇଛି । ଅପହରଣ ନାବାଳିକା କୁଟୁଣିଆଁ ଉଚ୍ଚ ବିଦ୍ୟାଳୟର 10ମ ଶ୍ରେଣୀ ଛାତ୍ରୀ ବୋଲି ଜଣାପଡିଛି । ତେବେ 25 ଦିନ ବିତିଲେ ସୁଦ୍ଧା ତଥାପି ପୋଲିସ ଚୁପ ରହିଛି। ଝିଅକୁ ଉଦ୍ଧାର ପାଇଁ ଢେଙ୍କାନାଳ ଜିଲ୍ଲା ଗୁଆଗରିଆ ଗ୍ରାମର ଅସହାୟ ଦମ୍ପତି ଥାନା ଫାଣ୍ଡି ଓ ଏସପିଙ୍କ ପାଖକୁ ଦୌଡ଼ି ଦୌଡ଼ି ହତାଶ। କେହି ନ ଥିବାବେଳେ 10ମ ଶ୍ରେଣୀ ଛାତ୍ରୀକୁ ଘରେ ପଶି ଜୋର ଜବରଦସ୍ତ ଅପହରଣ କରାଯାଇଛି । ଏନେଇ ବାପା ମା ପୁଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଇତିମଧ୍ୟରେ ୨୫ଦିନ ବିତିଗଲାଣି । ତଥାପି ଥାନା ବାବୁ ମାମଲା ରୁଜୁ କରିଦେଇ ହାତ ବାନ୍ଧି ବସିପଡିଛନ୍ତି । ୨୫ଦିନ ହେଲା ଥାନା ଫାଣ୍ଡି ଠାରୁ ଆରମ୍ଭ କରି ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ପର୍ଯ୍ୟନ୍ତ ନିଜ ଝିଅକୁ ଉଦ୍ଧାର ପାଇଁ ଦୌଡ଼ି ଦୌଡ଼ି ନିରାଶ ହେଲେଣି । ତଥାପି ଏହି ନାବଳିକାର ସୁରକ୍ଷା କିମ୍ବା ଉଦ୍ଧାର ପାଇଁ ଅସହାୟ ଦମ୍ପତିଙ୍କ ଆକୁଳ ନିବେଦନକୁ କେହି ଶୁଣୁନାହାନ୍ତି।

ଢେଙ୍କାନାଳରେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ଅପହରଣ

ସୂଚନା ଅନୁଯାୟୀ, ରାସୋଳ ଥାନା ଅନ୍ତର୍ଗତ ଗୁଆଗରିଆ ଗ୍ରାମର ନିତ୍ୟଗୋପାଳ ପୋଦାର ଓ ରେଣୁବାଲା ପୋଦାର ଙ୍କ 16ବର୍ଷର ଝିଅକୁ ସଦର ଥାନା ଅନ୍ତର୍ଗତ ହରଡବେଣି ଗ୍ରାମର ତନ୍ମୟ ସାହୁ ନାମକ ଜଣେ ଯୁବକ ଓ ତାର ସାଥି ମିଶି ଗତ ଅଗଷ୍ଟ ୧ତାରିଖରୁ ଘରେ ପଶି ଜୋର ଜବରଦସ୍ତ ଅପହରଣ କରି ନେଇଛନ୍ତି । ଏ ସଂକ୍ରାନ୍ତରେ ନାବଳିକାର ବାପା ରାସୋଳ ଥାନାରେ ମଧ୍ୟ ଘଟଣା ପରଦିନ ଠାରୁ ଲିଖିତ ଅଭିଯୋଗ କରିଛନ୍ତି । ମାତ୍ର ପୋଲିସ କେବଳ ମାମଲା ରୁଜୁ କରିଦେଇ ହାତ ବାନ୍ଧି ବସି ପଡିଛି । ଫଳରେ ଅପହରଣ କରି ଥିବା ଯୁବକ ମାନେ ନାବଳିକାର ବାପା ମାଙ୍କୁ ଧମକ ଦେଉଥିବା ସହ ଝିଅକୁ ମାରିଦେବେ ବୋଲି ଚେତାବନୀ ଦେଇ ଚାଲିଛନ୍ତି ବୋଲି ସୂଚନା ଦେଇଛନ୍ତି ନାବାଳିକାଙ୍କ ବାପା ମା‘ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.