ETV Bharat / state

ପୋଲିସର ଦାଦାଗିରି ଅଭିଯୋଗ, ଅଭିଯୋଗକାରୀଙ୍କୁ ପାଲଟା ଚାପୁଡ଼ା ମାଡ଼ - ପୋଲିସର ଦାଦାଗିରି

ପୋଲିସର ଦାଦାଗିରି । ଚୋରି ଏତଲା ନେଇ ଫାଣ୍ଡିକୁ ଯାଇଥିବା ଜଣେ ଅଭିଯୋଗକାରୀଙ୍କୁ ପାଲଟା ଚାପୁଡ଼ା ମାରିବା ଅଭିଯୋଗ ହୋଉଛି । ଅଧିକ ପଢନ୍ତୁ

ପୋଲିସର ଦାଦାଗିରି, ଅଭିଯୋଗକାରୀଙ୍କୁ ପାଲାଟା ଚାପୁଡ଼ା ମାରିବା ଅଭିଯୋଗ

author img

By

Published : Nov 10, 2022, 12:34 PM IST

ଢେଙ୍କାନାଳ: ଲୋକଙ୍କ ସମସ୍ୟାର ସମାଧାନ କରିବା ପୋଲିସଙ୍କ କାମ । ଚୋରି, ଡକାୟତି ଓ ଗଣ୍ଡଗୋଳ ଆଦି ସମସ୍ୟାରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପୋଲିର କର୍ତ୍ତବ୍ୟ । ହେଲେ ଢେଙ୍କାନାଳ ଜିଲ୍ଲାରେ ପୋଲିସର ଦାଦାଗିରି ଦେଖିବାକୁ ମିଲିଛି । ଚୋରି ଏତଲା ନେଇ ଫାଣ୍ଡିକୁ ଯାଇଥିବା ଜଣେ ଅଭିଯୋଗକାରୀଙ୍କୁ ପାଲଟା ଚାପୁଡ଼ା ମାରିବା ସହ ଧମକ ଚମକ ଦେଉଥିବା ଦେଖିବାକୁ ମିଳିଛି । ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଢେଙ୍କାନାଳ ଜିଲ୍ଲା ସୁରପ୍ରତାପପୁର ଫାଣ୍ଡି ବାବୁଙ୍କ ନାମରେ ଏହି ଅଭିଯୋଗ ହୋଇଛି ।

ପୋଲିସର ଦାଦାଗିରି, ଅଭିଯୋଗକାରୀଙ୍କୁ ପାଲାଟା ଚାପୁଡ଼ା ମାରିବା ଅଭିଯୋଗ

ସୂଚନାଅନୁସାରେ, ଜଣଙ୍କ ଦୋକାନରୁ ଚୋରି ହୋଇଥିଲା । ତାର ଅଭିଯୋଗ ନେଇ ପୋଲି ଫାଣ୍ଡିକୁ ଯାଇଥିଲେ ଅଭିଯୋଗକାରୀ । କିନ୍ତୁ ପୋଲିସ ତାଙ୍କୁ ପାଲଟା ଚାପୁଡା ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ କରିବାକୁ ଯାଇଥିବା ଅଭିଯୋଗକାରୀଙ୍କୁ ଫାଣ୍ଡି ବାବୁଙ୍କ ଠାରୁ ମାଡ଼ ଓ ଗାଳି ଗୁଳଜ ଶୁଣିବାକୁ ପଡିଛି । ଯାହାର ଭିଡିଓ ଭାଇରାଲ ହେବା ପରେ ହରଣ ଗଡାରେ ପଡିଛନ୍ତି ଫାଣ୍ଡି ବାବୁ ଅଶୋକ ତ୍ରିପାଠୀଙ୍କୁ ଅଡ଼ୁଆରେ ପକାଇ ଦେଇଛି । ଫାଣ୍ଡି ଅଧିକାରୀ ଅଶୋକ ତ୍ରିପାଠୀଙ୍କ ଏପରି ଦବଙ୍ଗଗିରିକୁ ନେଇ ଢେଙ୍କାନାଳରେ ଏବେ ଚର୍ଚ୍ଚା ହୋଇଛି । ଭୁବନ ଥାନା ଅଧୀନରେ ଥିବା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଟିପିଲେଇ ଛକ ନିକଟରେ ଥିବା କବାଡିଆ ଦୋକାନ ଚୋରିକୁ ନେଇ ଘଟିଛି ଏହି ଘଟଣା ।

ଏହା ବି ପଢନ୍ତୁ...ଡିପ୍ଲୋମା ଛାତ୍ରରୁ ଡ୍ରଗସ୍ ବେପାରୀ, ୨କେଜି ବ୍ରାଉନସୁଗାର ସହ ଧରିଲା ପୋଲିସ

କିଛିଦିନ ତଳେ ଏହି କବାଡିଆ ଦୋକାନରୁ ଚୋରି ହୋଉଥିଲା । ଏ ସକ୍ରାନ୍ତରେ କବାଡ଼ିଆ ମାଲିକ ବିଚ୍ଛନ୍ଦ ରାଉତ ସୁରପ୍ରତାପପୁର ଫାଣ୍ଡିରେ ଅଭିଯୋଗ କରିଥିଲେ । ତୁରନ୍ତ ଫାଣ୍ଡି ଅଧିକାରୀ ଅଶୋକ ତ୍ରିପାଠୀ କବାଡିଆ ଦୋକାନରେ ପହଞ୍ଚି ଚୋରକୁ ଧରିବେ କଣ ଓଲଟା କବାଡିଆ ଦୋକାନିକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ତାଙ୍କୁ ମାଡ ମାରିଥିଲେ । ଯାହାର ଭିଡିଓ ଭାଇରାଲ ହୋଇ ମୋବାଇଲରୁ ମୋବାଇଲ ଏବେ ଘୁରି ବୁଲୁଛି । ଫାଣ୍ଡି ଅଧିକାରୀ ଅଶୋକ ତ୍ରିପାଠୀ କବାଡି ଦୋକାନୀ ମାଲିକ ବିଚ୍ଛନ୍ଦଙ୍କୁ ଧମକ ଚମକ ଦେଉଥିବା ସହ ଏକ ଶକ୍ତ ଚାପୁଡା ମାରିଥିବାର ଦେଖିବାକୁ ମିଳିଛି ।

ଏ ସମ୍ପର୍କରେ ଫାଣ୍ଡି ଅଧିକାରୀଙ୍କୁ ପଚାରିବାରେ ସେ କ୍ୟାମେରା ଆଗରେ ପାଟି ଖୋଲି ନାହାନ୍ତି । ଜୁଲାଇ ମାସରେ ଏହି ଘଟଣାଟି ଘଟିଛି । ତାଙ୍କର ବ୍ଲଡପ୍ରେସର ଥିବାରୁ ଏମିତି ହେଇଗଲା ବୋଲି ଫୋନ ଯୋଗେଁ ସଫେଇ ଦେଇଛନ୍ତି ପୋଲିସ ବାବୁ । ଫାଣ୍ଡି ଅଧିକାରୀଙ୍କ ଏହି କାର୍ଯ୍ୟକଳାପକୁ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.