ETV Bharat / state

ବିଶ୍ୱଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୁତି ପରେ ଆରମ୍ଭ ହେଲା ରାମଚଣ୍ଡୀଙ୍କ ମକର ଯାତ୍ରା

author img

By ETV Bharat Odisha Team

Published : Jan 16, 2024, 8:11 PM IST

Updated : Jan 16, 2024, 8:35 PM IST

Makara Jatra started in Ramachandi Temple : ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଦିଆଯିବା ସହ ମକର ଯାତ୍ରା ଆରମ୍ଭ ହୋଇଛି । ଆସନ୍ତା ତିନି ଦିନ ଧରି ଚାଲିବ ଏହି ଯାତ୍ରା । ଅଧିକ ପଢ଼ନ୍ତୁ,

ରାମଚଣ୍ଡୀଙ୍କ ମକର ଯାତ୍ରା
ରାମଚଣ୍ଡୀଙ୍କ ମକର ଯାତ୍ରା

ଆରମ୍ଭ ହେଲା ରାମଚଣ୍ଡୀଙ୍କ ମକର ଯାତ୍ରା

ଢେଙ୍କାନାଳ: ରାମଚଣ୍ଡୀଙ୍କ ପୀଠରେ ଆରମ୍ଭ ହୋଇଛି ମକର ଯାତ୍ରା । ଗତ ୧୨ ତାରିଖରୁ ଆରମ୍ଭ ହୋଇଥିଲା ବିଶ୍ୱଶାନ୍ତି ମହାଯଜ୍ଞ । ଆଜି ଯଜ୍ଞରେ ପୂର୍ଣ୍ଣାହୁତି ଦିଆଯିବା ସହ ମକର ଯାତ୍ରା ଆରମ୍ଭ ହୋଇଛି । ଆସନ୍ତା ତିନି ଦିନ ଧରି ଚାଲିବ ଏହି ଯାତ୍ରା । ସେନେଇ ଜିଲ୍ଲା ତଥା ରାଜ୍ୟର ଏନେକ ସ୍ଥାନରୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି ।

ଢେଙ୍କାନାଳର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ନାଧରା ସ୍ଥିତ ମା' ରାମଚଣ୍ଡୀଙ୍କ ପୀଠରେ ଗତ ତିନିଦିନ ଧରି ଚାଲିଥିବା ବିଶ୍ୱ ଶାନ୍ତି ମହାଯଜ୍ଞର ଆଜି ପୂର୍ଣ୍ଣାହୁତି ଦିଆଯାଇଛି । ଏବଂ ମକର ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି ମକର ଯାତ୍ରା । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆସନ୍ତା ତିନିଦିନ ଧରି ଚାଲିବ । ଅଞ୍ଚଳବାସୀଙ୍କ ଦ୍ବାରା ବଡ଼ ଉତ୍ସାହର ସହ ଧୁମ ଧାମରେ ପାଳନ ହୋଇଥାଏ ଏହି ଯାତ୍ରା । ପରମ୍ପରା ମୁତାବକ ଗତ ୨୮ବର୍ଷ ଧରି ଏହି ପୀଠରେ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ମଧ୍ୟ ଗତ ୧୨ ତାରିଖରୁ ଆରମ୍ଭ ହୋଇଥିଲା ଏହି ବିଶ୍ୱ ଶାନ୍ତି ମହାଯଜ୍ଞ । ସ୍ଥନୀୟ ବ୍ରାହ୍ମଣୀ ନଦୀରୁ ୧୦୦୮ ଶୁଭ କଳସରେ ଜଳ ଆଣି ପୀଠରେ ସ୍ଥାପନ କରାଯାଇଥିଲା । ଜଗତର କଲ୍ୟାଣ ପାଇଁ ପୂଜାର୍ଚ୍ଚନା ହୋମ ଯଜ୍ଞ କରାଯିବା ସହିତ ଯଜ୍ଞର ପୂର୍ଣ୍ଣାହୁତି ଦିଆ ଯାଇଛି । ଏହି ଅବସରରେ ସମୂହ ପ୍ରସାଦ ସେବନ କରିଛନ୍ତି ଶ୍ରଦ୍ଧାଳୁ । ଆଉ ଆରମ୍ଭ ହୋଇଯାଇଛି ମକର ଯାତ୍ରା ।

ଏହା ମଧ୍ୟ ପଢ଼ନ୍ତୁ.... ଭୁବନେଶ୍ୱରରେ ଶେଷ ହେଲା ଗୁଆ ଓ ଚାଉଳ ସଂଗ୍ରହ

ଏହି ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଛି । ଜନ ସମାଗମକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ କିସମର ବ୍ୟବସାୟୀ ତାଙ୍କ ପସରା ମେଳାଇ ଦେଇଛନ୍ତି । ବିଭିନ୍ନ ପ୍ରକାରର ଦୋଳି, ମିନା ବଜାର ସାଙ୍ଗକୁ ଭଳିକି ଭଳି ଖାଦ୍ୟର ମଜା ନେଉଛନ୍ତି ଦର୍ଶକ । ମକର ଯାତ୍ରାରେ ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୃତୟନ କରାଯାଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସ୍ଥାନୀୟ ଆୟୋଜକ ପ୍ରକାଶ କରିଛନ୍ତି ଯେ ଏହି ମକର ଯାତ୍ରା ତିନିଦିନ ଧରି ଚାଲିବ । ଫଳରେ ଏହି ପୀଠକୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁମାନେ ମା'ରାମଚଣ୍ଡୀଙ୍କୁ ଦର୍ଶନ କରିବା ସହିତ ମକର ଯାତ୍ରାର ମଜା ଉଠାଉଛନ୍ତି । ମା’ଙ୍କ ପାଖରେ ଭାତୁଡ଼ି ଓ ଚର୍ମ ରୋଗ ପାଇଁ ଯାହା ମାନସିକ କରାଯାଇଛି ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି l ମା’ ରାମଚଣ୍ଡୀଙ୍କ ପାଖରେ ମାଛ ଭୋଗ କରାଯାଇଥାଏ l କୁହାଯାଏ ଯେ ଆଗରୁ ପୁରୀରେ ମା’ ରାମଚଣ୍ଡୀ ପୂଜା ପାଉଥିଲେ । କଳାପାହାଡ ଯେତେବେଳେ ପୁରୀ ମନ୍ଦିରକୁ ଆକ୍ରମଣ କରିଥିଲା, ସେହି ସମୟରେ ମା’ ରାମଚଣ୍ଡି କଳାପାହାଡକୁ ବସାଇଦେଇ ପାଣି ଆଣିବା ପାଇ ବ୍ରାହ୍ମଣୀ ନଦୀ ଦେଇ ନାଧେରା ଗ୍ରାମରେ ବିରାଜିତ ହୋଇଥିଲେ । ସେହି ଦିନଠାରୁ ମା’ ରାମଚଣ୍ଡୀ ଏଠି ପୂଜା ପାଉଛନ୍ତି l

ଇଟିଭି ଭାରତ, ଢେଙ୍କାନାଳ

Last Updated : Jan 16, 2024, 8:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.