ETV Bharat / state

ପ୍ରସିଦ୍ଧ ରାମଚଣ୍ଡୀ ପୀଠରେ ମକର ଯାତ୍ରା ଆରମ୍ଭ

author img

By

Published : Jan 16, 2023, 12:24 PM IST

ପ୍ରସିଦ୍ଧ ରାମଚଣ୍ଡୀ ପୀଠରେ ମକର ଯାତ୍ରା ଆରମ୍ଭ । ହଜାର ହଜାର ଶ୍ରଦ୍ଧାଳୁ ଓ ଦେଖାଣାହାରୀଙ୍କ ସମାଗମରେ ଉଛୁଲିଛି ଢେଙ୍କାନାଳ ନଧରା ରାମଚଣ୍ଡୀ ପିଠ ପଡିଆ । ଅଧିକ ପଢ଼ନ୍ତୁ ।

ମକର ଯାତ୍ରାରେ ଦୁଲୁକୁଛି ଢେଙ୍କାନାଳ ନଧରା ରାମଚଣ୍ଡୀ ପିଠ

ମକର ଯାତ୍ରାରେ ଦୁଲୁକୁଛି ଢେଙ୍କାନାଳ ନଧରା ରାମଚଣ୍ଡୀ ପୀଠ

ଢେଙ୍କାନାଳ: ଓଡ଼ିଆ ପରମ୍ପରାରେ ବାରମାସରେ ତେର ପର୍ବ ପାଳିତ ହୁଏ । ମକର ମେଳା ସେଥିମଧ୍ୟରୁ ଅନ୍ୟତମ । ପ୍ରସିଦ୍ଧ ରାମଚଣ୍ଡୀ ପୀଠରେ ମକର ଯାତ୍ରା ଆରମ୍ଭ । ହଜାରହଜାର ଶ୍ରଦ୍ଧାଳୁ ଓ ଦେଖାଣାହାରୀଙ୍କ ସମାଗମରେ ଉଛୁଲିଛି ଢେଙ୍କାନାଳ ନଧରା ରାମଚଣ୍ଡୀ ପୀଠ ପଡ଼ିଆ । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ମକର ମେଳା ପାଳନ କରାଯାଉଛି । ତେବେ ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଓଡ଼ପଡା ବ୍ଲକ ଅନ୍ତର୍ଗତ ନଧରା ରାମଚଣ୍ଡୀ ପୀଠରେ ପାଳିତ ହେଉଥିବା ଏହି ମକର ମେଳା ବେଶ ନିଆରା । ମକର ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଥିବା ଏହି ମକର ମେଳାକୁ ସ୍ଥାନୀୟ ଲୋକେ ତିନିଦିନ ଧରି ବେଶ ଧୁମ ଧାମରେ ପାଳିବେ ।

ଚଳିତ ବର୍ଷର ଏହି ମେଳା ଚାରିଦିନ ଧରି ଚାଲିବ । ଢେଙ୍କାନାଳ ତଥା ଆଖପାଖ ଜିଲ୍ଲାରୁ ହଜାରହଜାର ଦେଖଣାହାରୀ ଏହି ମକର ଯାତ୍ରାରେ ସମାଗମ ହୋଇଛନ୍ତି । କହିବାକୁ ଗଲେ ଏହି ମକର ଯାତ୍ରା ପଡ଼ିଆ ଜନ ସମାଗମରେ ଉଛୁଳି ଉଠିଛି । ଲୋକମାନଙ୍କ ସମାଗମକୁ ଚାହିଁ ଭଲ ଦିପଇସା ରୋଜଗାର ପାଇଁ ବିଭିନ୍ନ ଉଠାଦୋକାନୀଙ୍କଠାରୁ ଆରମ୍ଭ କରି ଫାଷ୍ଟଫୁଡ୍‌ ଓ ମୀନା ବଜାର ଆଦି ବ୍ୟବସାୟୀ ସେମାନଙ୍କ ବ୍ୟବସାୟର ପସାରା ମେଲାଇଛନ୍ତି ।

ପରମ୍ପରା ମୁତାବକ, ଏହି ପୀଠର ଆରାଧ୍ୟ ପ୍ରଭୁ ଗୋକଙ୍କେଶ୍ୱରଙ୍କ ପୀଠରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗତ ୧୧ ତାରିଖରୁ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଏହି ବିଶ୍ୱଶାନ୍ତି ମହାଯଜ୍ଞ ତିନିଦିନ ଧରି ନାନା ନୀତିକାନ୍ତି ସହ ପୂଜାର୍ଚ୍ଚନା ଓ ଯଜ୍ଞାହୁତି କରାଯାଇଛି । ମକର ସଂକ୍ରାନ୍ତି ଅର୍ଥାତ ୧୪ ତାରିଖରେ ଏହି ମହାଯଜ୍ଞର ପୂର୍ଣ୍ଣାହୁତି ହୋଇଛି । ଏହି ମହାଯଜ୍ଞରେ ରାଜ୍ୟର ବିଶିଷ୍ଠ ସାଧୁସନ୍ଥମାନେ ଆସି ଯଜ୍ଞରେ ସାମିଲ ହୋଇଥିଲେ । ଏଠିକାର ପରମ୍ପରା ମୁତାବକ ଯଜ୍ଞର ଅଧିବାସ ଅର୍ଥାତ ପ୍ରଥମ ଦିନରେ ଅନୁଷ୍ଠିତ ଶୁଭ କଳସ ଯାତ୍ରାରେ ସ୍ଥାନୀୟ ଅଞ୍ଚଳର ୩ ହଜାର ୮ ଶହ ମହିଳା ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ତିନିଦିନ ଧରି ପୂଜାର୍ଚ୍ଚନା ଓ ଯଜ୍ଞ ଅନୁଷ୍ଠିତ ପରେ ସମୂହ ପ୍ରସାଦସେବନରେ ହଜାରହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ ।

ଯଜ୍ଞର ପୂର୍ଣ୍ଣାହୁତି ପରେ ପରେ ଏହି ମକର ମେଳାର ଶୁଭାରମ୍ଭ ହୋଇଛି । ମେଳାରେ ଢେଙ୍କାନାଲ ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ହଜାରହଜାର ଦେଖଣାହାରୀଙ୍କ ସମାଗମ ହୋଇଥିବା ପରିଲକ୍ଷିତ ହୋଇଛି । ବ୍ରାହ୍ମଣୀ ନଦୀ ତଟରେ ବାବା ଗୋକଙ୍କେଶ୍ୱର ଓ ସିଦ୍ଧ ରାମଚଣ୍ଡୀଙ୍କ ଅପାର କରୁଣା ପାଇବା ସାଙ୍ଗକୁ ନଦୀ କୂଳର ପ୍ରାକୃତିକ ପରିବେଶ ଏହି ମକର ମେଳା ପଡିଆକୁ ଦର୍ଶକମାନଙ୍କୁ ଟାଣି ଆଣିଥାଏ । ସେପଟେ ବିଗତ ଦୁଇ ତିନି ବର୍ଷର କୋଭିଡ କଟକଣା ରେ ଅଣନିଶ୍ୱାସୀ ମେଳା ପ୍ରେମୀ ମାନଙ୍କ ପାଇଁ ଚଳିତ ବର୍ଷ କଟକଣା ବିହୀନ ଏହି ଉତ୍ସବ ବେଶ ସୁହାଇଛି ।

ଫଳରେ ମେଳାରେ ହଜାରହଜାର ଦେଖଣାହାରୀ ଓ ଶ୍ରଦ୍ଧାଳୁ ଭିଡ଼ ଜମାଇ ବେଶ ଆନନ୍ଦ ଓ ଉଲ୍ଲାସରେ ଉପଭୋଗ କରୁଥିବା ପ୍ରକାଶ କରିଛନ୍ତି । ସେପଟେ ପ୍ରବଳ ଜନସମାଗମକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ମୃତୟନ କରାଯାଇଛି । ସ୍ଥାନୀୟ ମକର ମେଳା କମିଟି ଓ ନଧରା ଗ୍ରାମବାସୀ ଶାନ୍ତି ଶୃଙ୍ଖଳାର ସହ ଏହି ମେଳାକୁ ପରିଚାଳନା କରୁଥିବା ମେଳା ଆୟୋଜକ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.