ଢେଙ୍କାନାଳ: ସାରା ବିଶ୍ବରେ ମହିମା ଧର୍ମ ପ୍ରସିଦ୍ଧି ଲାଭ କରିଛି । ମହିମା ଧର୍ମର ପ୍ରତିଷ୍ଠାତା ମହିମା ଗୋସାଇଁଙ୍କ ପ୍ରଥମ ଭକ୍ତ ତଥା ସନ୍ଥ କବି ଭୀମ ଭୋଇଙ୍କ ଉପରେ ବିବାଦୀୟ ଲେଖାକୁ ନେଇ ଉପୁଜିଛି ବିବାଦ । ଏ ନେଇ ମହିମା ଧର୍ମର ମୁଖ୍ୟପୀଠ ଢେଙ୍କାନାଳର ମହିମାଗାଦିର ମହିମା ସାଧୁମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏପରିକି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ବିବାଦୀୟ ପୁସ୍ତକ ରଚନା କରିଥିବା ଲେଖକ କେଦାର ମିଶ୍ରଙ୍କ ବିରୁଦ୍ଧରେ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମହିମା ସାଧୁ ।
ଏହା ସହିତ ଉକ୍ତ ପୁସ୍ତକକୁ ରଦ୍ଦ କରିବାକୁ ଦାବି ହୋଇଛି । ଲେଖକ କେଦାର ମିଶ୍ରଙ୍କ ବିରୁଦ୍ଧରେ ଆଇନର ସହାୟତା ନେବେ ଯିବେ ବୋଲି ମହିମାଧର୍ମର ମୁଖ୍ୟପୀଠ ଢେଙ୍କାନାଳ ମହିମାଗାଦୀ ସ୍ଥିତ ମହିମା ସମାଜର ସମ୍ପାଦକ ପ୍ରକାଶ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଲ ପାତ୍ର, ଇଟିଭି ଭାରତ