ETV Bharat / state

ବନବିଭାଗର ଚଢାଉ, ବିପୁଳ ପରିମାଣରେ ଚୋରା ଶାଳ କାଠ ଜବତ

ଢେଙ୍କାନାଳ ଜିଲ୍ଲାରେ ଚଢାଉ ସମୟରେ ବିପୁଳ ପରିମାଣର ଚୋରା ଶାଳ କାଠକୁ ଜବତ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jan 8, 2021, 1:24 PM IST

Lots of illegally cutting teak plants seized in Dhenkanal
ବନବିଭାଗର ଚଢାଉ, ବିପୁଳ ପରିମାଣରେ ଚୋରା ଶାଳ କାଠ ଜବତ

ଢେଙ୍କାନାଳ: ଜିଲ୍ଲା ବନବିଭାଗ ପକ୍ଷରୁ କାମାକ୍ଷାନଗର ପଶ୍ଚିମଞ୍ଚଳ ରେଞ୍ଜରେ ଚଢାଉ କରି ବିପୁଳ ପରିମାଣରେ ଚୋରା ଶାଳ କାଠ ସହ ଏକ କରତ ଜବତ କରିଛି ବନବିଭାଗ । ଚୋରା କାଠକୁ ଜବତ କରାଯାଇଥିବା ବେଳେ ମାଫିଆମାନେ ଖସି ପଳାଇଥିବା ଜଣାପଡ଼ିଛି ।

ଜଙ୍ଗଲରୁ ବେଆଇନ ଭାବେ ଶାଳ କାଠ କାଟି ତାକୁ ମାଫିଆମାନେ ବାହାରକୁ ଚାଲାଣ କରୁଛନ୍ତି । କୌଣସି ସୂତ୍ରରୁ ଖବର ପାଇ ଏହି ରାକେଟ ଉପରେ ବନ ବିଭାଗ ଚଢ଼ାଉ କରିଥିଲା । ଚଢାଉ ସମୟରେ ବିପୁଳ ପରିମାଣର ଶାଳ କାଠ ସହ ଗୋଟିଏ କରତ ଜବତ କରିଛି । ସେପଟେ କାଠ ମାଫିଆମାନେ ଘଟଣାସ୍ଥଳରୁ ଖସି ପଳାଇଛନ୍ତି ।

ଜିଲ୍ଲାର କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବସୋଇ ବାଲି ସାହି ନିକଟରେ ଦୀର୍ଘଦିନ ଧରି ଚୋରାରେ କାଠ କାଟି ମାଫିଆମାନେ ଚାଲାଣ କରୁଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ତେବେ ବନ ବିଭାଗ ଏହି କାଠ ମାଫିଆ ଗ୍ୟାଙ୍ଗକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.