ETV Bharat / state

ବନ୍ଧୁକ ଦେଖାଇ ଲୁଟ, ଦୁବୃର୍ତ୍ତଙ୍କୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଜରଡ଼ା ଗ୍ରାମ ନିକଟରୁ ୪ ଜଣ ଦୁର୍ବୃତ୍ତଙ୍କୁ କାବୁ କଲେ ସ୍ଥାନୀୟ ଗ୍ରାମବାସୀ । ବନ୍ଧୁକ ଦେଖାଇ କରୁଥିଲେ ଲୁଟ । ଅଧିକ ପଢନ୍ତୁ...

ବନ୍ଧୁକ ଦେଖାଇ ଲୁଟ, ଦୁବୃର୍ତ୍ତଙ୍କୁ କାବୁକରି ପୋଲିସ ଜିମା ଦେଲେ ଗ୍ରାମବାସୀ
ବନ୍ଧୁକ ଦେଖାଇ ଲୁଟ, ଦୁବୃର୍ତ୍ତଙ୍କୁ କାବୁକରି ପୋଲିସ ଜିମା ଦେଲେ ଗ୍ରାମବାସୀବନ୍ଧୁକ ଦେଖାଇ ଲୁଟ, ଦୁବୃର୍ତ୍ତଙ୍କୁ କାବୁକରି ପୋଲିସ ଜିମା ଦେଲେ ଗ୍ରାମବାସୀ
author img

By

Published : Mar 30, 2021, 9:53 PM IST

ଢେଙ୍କାନାଳ : ପରଜଙ୍ଗ ଥାନା ଜରଡ଼ା ଗ୍ରାମ ନିକଟରୁ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଓ ଭୁଜାଲି ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ ଓ ଟଙ୍କା ଲୁଟି ନେଉଥିବା ସମୟରେ ଲୋକଙ୍କ ହାତରେ ଧରା ପଡିଛନ୍ତି । ପରେ ସେମାନଙ୍କୁ ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକ ।

ବନ୍ଧୁକ ଦେଖାଇ ଲୁଟ, ଦୁବୃର୍ତ୍ତଙ୍କୁ କାବୁକରି ପୋଲିସ ଜିମା ଦେଲେ ଗ୍ରାମବାସୀ

ସୂଚନା ଅନୁସାରେ ଗଡ଼ପଳାଶୁଣୀ ଗ୍ରାମର ବିଶ୍ୱଜିତ ସାମଲ କାମାକ୍ଷାନଗରରୁ କାମ ସାରି ବାଇକ ଯୋଗେ ସାଙ୍ଗଙ୍କ ସହ ଗ୍ରାମକୁ ଫେରୁଥିଲେ। ଜରଡ଼ା ଘାଟି ନିକଟରେ ୪ ଜଣ ଦୁର୍ବୃତ୍ତ 2ଟି ମୋଟର ସାଇକେଲ ଯୋଗେ ଆସି ସେମାନଙ୍କୁ ଅଟକାଇ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟ କରିଥିଲେ l ବିଶ୍ୱଜିତ ଓ ତାଙ୍କ ସାଙ୍ଗକୁ ଡରାଇ ସେମାନଙ୍କଠାରୁ ୨୦ ହଜାର ଟଙ୍କା, ମୋବାଇଲ ଓ ପର୍ସ ଲୁଟି ନେବାରେ ମଧ୍ୟ ସଫଳ ହୋଇଥିଲେ ଲୁଟେରା ।

ଦୁର୍ବୃତ୍ତମାନେ ଫେରାର ହେଉଥିବା ସମୟରେ ବିଶ୍ବଜିତଙ୍କ ପାଟି ଶୁଣି ଗ୍ରାମବାସୀ ଦୁବୃର୍ତ୍ତଙ୍କ ପିଛାକରି ଡୋଲିଆ ଛକ ନିକଟରେ ୨ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ପରେ ସେମାନଙ୍କୁ ପୋଲିସ ଜିମା ଦିଆଯାଇଥିଲା । ତେବେ ଘଟଣାସ୍ଥଳରୁ ଅନ୍ୟ ଦୁଇଜଣ ଦୁର୍ବୃତ୍ତ କୌଶଳ କ୍ରମେ ଫେରାର ହୋଇଯିବାରେ ସକ୍ଷମ ହୋଇଛି। ଗିରଫ 2 ଜଣଙ୍କ ଠାରୁ ପୋଲିସ ଗୋଟିଏ ବନ୍ଧୁକ ଓ ଗୋଟିଏ ଭୁଜାଲି ଜବତ କରି ଅଧିକ ତଦନ୍ତ ଚଳାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.