ଢେଙ୍କାନାଳ: ଘର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତମାନେ । ଘର ଗ୍ରିଲ ଭାଙ୍ଗି ଟଙ୍କା ଓ ସୁନାଗହଣା ମିଶି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଛନ୍ତି ଲୁଟେରା । ଏପରି ଲୁଟ ହୋଇଛି ଢେଙ୍କାନାଳ ସହରର ଟାଉନ ପ୍ଲାନିଂ କଲୋନୀସ୍ଥିତ ରଞ୍ଜନ ବେହେରା ନାମକ ଜଣେ ସାମରିକ କର୍ମଚାରୀଙ୍କ ଘରେ ।
ଘର ଲୋକେ ପାଖ କଲୋନୀରେ ହେଉଥିବା ଭୋଜିକୁ ଯାଇଥିବାବେଳେ ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ଦୁର୍ବୃତ୍ତମାନେ ଏହି ଲୁଟ କରିଛନ୍ତି । ଘରପଛ ଗ୍ରିଲ ତାଡି ପଶିଥିବାବେଳେ ଘରୁ ଲକର ଭାଙ୍ଗି ୨୦ ହଜାର ଟଙ୍କା, ମୁଦି, ମଙ୍ଗଳସୂତ୍ର ଓ ଚେନ ଆଦି ସୁନା ଗହଣା ଲୁଟି ନେବାରେ ସକ୍ଷମ ହୋଇଛନ୍ତି ଲୁଟେରା । ପରେ ଘର ଲୋକ ଆସି ଦେଖିବା ପରେ ଟାଉନ ଥାନାରେ ଅଭିଯୋଗ କରିଥିଲେ ଏବଂ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ