ETV Bharat / state

ମୋବାଇଲ ଲୁଟେରାକୁ କାବୁକରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ

ଢେଙ୍କାନାଳ ଜିଲ୍ଲା ଭୁବନ ମାର୍କେଟରେ ସ୍ଥାନୀୟ ଲୋକଙ୍କ ଯୋଜନା ଫଳରେ ମୋବାଇଲ ଲୁଟେରାକୁ କାବୁ କରି ପୋଲିସ ଜିମା ଦିଆଯାଇଛି । ଅଧିକ ପଢନ୍ତୁ...

author img

By

Published : Oct 18, 2020, 6:03 PM IST

ମୋବାଇଲ ଚୋରକୁ କାବୁକଲେ ସ୍ଥାନୀୟ ଲୋକେ
ମୋବାଇଲ ଚୋରକୁ କାବୁକଲେ ସ୍ଥାନୀୟ ଲୋକେ

ଢେଙ୍କାନାଳ: ମୋବାଇଲ ଫୋନ ଚୋରି କରି ଧରାପଡିଲା ଚୋର । ସହରର ଭୁବନ ମାର୍କେଟରେ ଜଣେ ମୋବାଇଲ ଚୋରି କରୁଥିବା ଯୁବକକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକ ।

ମୋବାଇଲ ଚୋରକୁ କାବୁକଲେ ସ୍ଥାନୀୟ ଲୋକେ

ଭୁବନ ମାର୍କେଟରେ ଲୋକଙ୍କ ଚିନ୍ତା ବଢାଉ ଥିଲା ମୋବାଇଲ ଚୋର । ପ୍ରତିଦିନ ଚତୁରତାର ସହ ଚୋରି କରି ଖସି ଯାଉଥିଲା । ଲୁଟେରା ଜଣକ ହେଲା ଯାଜପୁର ଜିଲ୍ଲା ଡୁବୁରୀ ଥାନା ଅନ୍ତର୍ଗତ ସାରଙ୍ଗପୁର ଗ୍ରାମର ତୋଫାନି ପ୍ରଧାନ । ପୋଲିସ ବି ଏ ଲୁଟେରାର ଟେର ପାଉନଥିଲା । ତେବେ ଚୋରକୁ ଧରିବା ପାଇଁ ବ୍ୟବସାୟୀମାନ ଯୋଜନା କରି ସଫଳ ହେଇଛନ୍ତି ।

ରବିବାର ଲୁଟେରାକୁ କାବୁ କରିଛନ୍ତି ସ୍ଥାନୀୟ ଲୋକ । ଚୋରକୁ କାବୁ କରି ଏକ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରାକୁ ଗିରଫ କିରିଛି । ସେ ଦାମି ଦାମି ମୋବାଇଲ ଚୋରି କରି ବାହାରେ ବିକ୍ରି କରୁଥିବାର ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ତେବେ ଧରାପଡିଥିବା ଲୁଟେରା ସହ ଆଉ କିଏ ଏହି ରାକେଟରେ ଅଛି ପୋଲିସ ତଦନ୍ତ ଚଳାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.